ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲା: ହାଇକୋର୍ଟରେ ଦାୟର ମାମଲାର ଶୁଣାଣି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ

ପୁରୀ(କେନ୍ଯୁଜ୍): ପୁରୀ ବଗଲା ଧର୍ମଶାଳା ଜମି ବିବାଦକୁ ନେଇ ହାଇକୋର୍ଟରେ ଡକ୍ଟର ସମ୍ବିତ ପାତ୍ର ଓ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରାଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରଯାଇଛି । ମେ ୨ରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

ବଗଲା ଧର୍ମଶାଳା ଜମିକୁ ହୋଟେଲ ଓ ଲଜ ମାଲିକଙ୍କୁ ଦେବା ପ୍ରସଙ୍ଗକୁ ନେଇ ୨୦୧୯ରେ ଜଗନ୍ନାଥ ବସ୍ତିଆ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହାପରେ ୨୦୨୦ରେ ବିଜେପି ନେତା ସମ୍ବିତ ପାତ୍ର ହାଇକୋର୍ଟରେ ଏ ନେଇ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ସାବକ ରେକର୍ଡରେ ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ରହିଥିବା ବେଳେ ଏହା ଠାକୁରଙ୍କ ଅମୃତମଣୋହି ସଂପତ୍ତି ବୋଲି ଉଲ୍ଲେଖ ରହିଛି । ପରବର୍ତ୍ତୀ ସମୟରେ ଏହି ଜମିକୁ ପୁରୀ ଲଜିଂ ହାଉସ କମିଟି ନାଁରେ ରେକର୍ଡ କରାଯାଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ପରିଚାଳନା ଭାର କେବଳ ମନ୍ଦିର ପରିଚାଳନା କମିଟି ହାତରେ ରହିବା ନିୟମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.