Below header

ଦିଆସିଲି କାଠିରେ ଜଗା ଦର୍ଶନ, ୭୮୮୧ କାଠିରେ ସୁନ୍ଦର କଳାକୃତି

ପୁରୀ (କେନ୍ୟୁଜ) : ଇଚ୍ଛାଶକ୍ତି ଏବଂ କିଛି କରି ଦେଖାଇବାର ଆଗ୍ରହ ଥିଲେ ସବୁ କିଛି କରିପାରେ ମଣିଷ। ତେଣିକି ବୟସ ଯେତେ ବି ହୋଇଥାଉ ନା କାହିଁକି। କରୋନା କଟକଣା ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର | କଳାଠାକୁରଙ୍କ ମୁଖକୁ ଟିକେ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିରାଟ ଆବେଗ। କେବେ ଖୋଲିବ, କେବେ ଜଗାର ଦର୍ଶନ ମିଳିବ ତାକୁ ଚାହିଁ ବସିଛନ୍ତି ଭକ୍ତ।

ମନ୍ଦିର ଖୋଲିବାକୁ ଭକ୍ତଙ୍କ ସମେତ ବୁଦ୍ଧିଜୀବୀ ସରକାରଙ୍କ ନିକଟରେ ଦାବି କରୁଛନ୍ତି | ଏହାରି ଭିତରେ ପୁରୀର ଏମିତି ଜଣେ ଶିଳ୍ପୀ ସାମ୍ନାକୁ ଆସିଛନ୍ତି ଯିଏ ନିଜ କଳାକୃତି ମାଧ୍ୟମରେ ମନ୍ଦିର ଖୋଲିବାକୁ ଭିନ୍ନ ଢଙ୍ଗରେ ଦାବି ଉପସ୍ଥାପନ କରିଛନ୍ତି |

ପୁରୀ କୁମ୍ଭାରପଡ଼ାରେ ରହନ୍ତି ଶାଶ୍ୱତ ରଞ୍ଜନ ସାହୁ | ଯୁକ୍ତ ୩ରେ ପାଠ ପଢ଼ୁଥିବା ଶାଶ୍ୱତ ପ୍ରାୟ ୭ ହଜାର ଦିଆସିଲି କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି | ଶାଶ୍ୱତ ମୂର୍ତ୍ତି ନିର୍ମାଣ ପାଇଁ ୭୮୮୧ ଦିଆସିଲି କାଠି ବ୍ୟବହାର କରିଥିବାବେଳେ ଏଥିପାଇଁ ତାଙ୍କୁ ୨୧ ଦିନ ସମୟ ଲାଗିଛି | ଏହି ମୂର୍ତ୍ତିର ଉଚ୍ଚତା ୧୭ ଇଞ୍ଚ ହୋଇଥିବା ବେଳେ ଓସାର ୧୫ ଇଞ୍ଚ ରହିଛି |

ଶାଶ୍ୱତ କହିଛନ୍ତି ଯେ ଏହି ମୂର୍ତ୍ତି ନିର୍ମାଣ କରି ସେ ଜଣାଇବାକୁ ଚାଁହୁଛନ୍ତି ଯେ ଅନ୍ୟ ମନ୍ଦିର ଖୋଲାଯାଇଥିବା ବେଳେ ପୁରୀ ଶ୍ରୀମନ୍ଦିର ଖୋଲାଯାଇନାହିଁ | ଯାହାକି ଶତାଧିକ ଭକ୍ତଙ୍କୁ ନିରାଶ କରୁଛି | ସେହିପରି ଶାଶ୍ୱତ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମଧ୍ୟ ଆବେଦନ କରିଛନ୍ତି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.