Below header

ଭୁବନେଶ୍ବର: ବରମୁଣ୍ଡା ବ୍ରିଜ ତଳୁ ଅଜଣା ମୃତଦେହ ଉଦ୍ଧାର, ଘଟଣାସ୍ଥଳରୁ କଳା ରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ବାଇକ ଜବତ

ଭୁବନେଶ୍ବର(କେନ୍ୟୁଜ୍): ବରମୁଣ୍ଡା ବ୍ରିଜ ତଳୁ ଅଜଣା ମୃତଦେହ ଉଦ୍ଧାର । କ୍ଷତାକ୍ତ ଅବସ୍ଥାରେ ମୃତଦେହକୁ ଜବତ କରିଛି ଖଣ୍ଡିଗିରି ଥାନା ପୋଲିସ । ମୃତକର ପରିଚୟ ମିଳିପାରିନଥିବାବେଳେ ଘଟଣାସ୍ଥଳରୁ କଳା ରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ବାଇକ ଜବତ ହୋଇଛି । ଗାଡିର ନମ୍ବର OD02Q 2965 ରହିଛି । ତେବେ ଏହା ହତ୍ୟା ନା ଦୁର୍ଘଟଣା ସେନେଇ ତଦନ୍ତ କରୁଛି ପୋଲିସ ।

ପାରିପାର୍ଶ୍ବିକ ପରିସ୍ଥିତିରୁ ପୋଲିସ  ଏହାକୁ ଏକ ଦୁର୍ଘଟଣା ବୋଲି କହିଛି। ତେବେ ଗାଡ଼ି ନମ୍ବରରୁ ମାଲିକ ସୁବ୍ରତ ଧଳ ବୋଲି ଜଣା ପଡ଼ିଛି। ଏହି ନମ୍ବର ଆଧାରରେ ମାଲିକଙ୍କ ସହ ଯୋଗାଯୋଗ କରାଯାଉଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.