Below header

Flipkart ରେ Big Diwali Sale ୨୯ ଅକ୍ଟୋବରରୁ ଆରମ୍ଭ, ଏବେ ଠୁ କରିନିଅନ୍ତୁ ସପିଂ ଲିଷ୍ଟ

Flipkart ବିଗ୍‌ ଦିଓ୍ଵାଲୀ ସେଲର ଆରମ୍ଭ ୨୯ ଅକ୍ଟୋବରରୁ ଆରମ୍ଭ ହୋଇ ୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଇ କମର୍ସ ସାଇଟରେ ଏବେ ବିଗ ବିଲିଅନ ଡେଜ ସେଲ ଲାଗିଥିଲା। ଯାହା ୨୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା। ଏହା ସହିତ ଦଶହରାରେ ସ୍ପେଶାଲ ସେଲ ମଧ୍ୟ ଜାରି ରହିଛି। ଏହି ସେଲ ୨୮ ଅକ୍ଟୋବରରେ ଶେଷ ହେବାକୁ ଯାଉଛି। ଏହା ପରେ ପରେ ଦିଓ୍ଵାଲୀ ସେଲ ଅର୍ଥାତ୍‌ ୨୯ ତାରିଖରୁ ସେଲ ଆରମ୍ଭ ହେବ।

ଏବେ ଇ-କମର୍ସ କମ୍ପାନୀ ବଡ ଧମାକା କରିବା ଲକ୍ଷ୍ୟରେ ରହିଛି। ବିଗ୍‌ ବିଲିଅନ ଡେଜ ସେଲ ପରି ବିଗ୍‌ ଦିଓ୍ଵାଲୀ ସେଲର ଆରମ୍ଭ ଫ୍ଲିପକାର୍ଟ ପ୍ଲସ ମେମ୍ବରର୍ସ ପାଇଁ ୨୯ ତାରିଖ ପୂର୍ବରୁ ଆରମ୍ଭ ହେବ। ଏହି ସମୟରେ ଅନେକ ପ୍ରଡକ୍ଟରେ ବ୍ୟାଙ୍କ ଅଫର୍ସ, ନୋ କଷ୍ଟ ଇଏମଆଇ ଅପସନ ଏବଂ ଡିସକାଉଣ୍ଟ ମିଳିବ। ଗ୍ରାହକକୁ ଏକ୍ସିସ ବ୍ୟାଙ୍କ କ୍ରେଡଟ/ଡେବିଟ କାର୍ଡ କିମ୍ବା ଇଏମଆଇ ଟ୍ରାଞ୍ଜାକସନରେ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ।

sale

ଏହି ସେଲରେ ବିଭିନ୍ନ ସ୍ମାର୍ଟଫୋନର ଡିଲ୍ସ ନଜର ଆସିବ। ଫ୍ଲିପକାର୍ଟ ଦ୍ୱାରା ୧ ଟଙ୍କାରେ ମୋବାଇଲ ପ୍ରୋଟେକ୍ସନ ମଧ୍ୟ ରହିବ। ଗ୍ରାହକଙ୍କୁ ଏହି ସେଲରେ କ୍ୟାମେରା, ଲାପଟପ, ସ୍ମାର୍ଟଓ୍ଵାଚ ଏବଂ ହେଡଫୋନ ଏବଂ ଇଲେକ୍ଟ୍ରୋନିକ ପ୍ରଡକ୍ଟରେ ୮୦ ପ୍ରତିଶତ ରିହାତିର ଲାଭ ନେଇପାରିବେ। ଏହାଛଡା ରେଫ୍ରିଜିରେଟର, ମାଇକ୍ରୋେଓ୍ଵଭ, ଓ୍ଵାଶିଂମେସିନ ଏବଂ କିଚେନ ଆପ୍ଲାଏନ୍ସରେ ମଧ୍ୟ ୮୦ ପ୍ରତିଶତ ଅଫର ମିଳିବ। କମ୍ପାନୀ ମୁତାବକ, ମୋବାଇଲ ଏବଂ ଟିଭି ମଡେଲରେ ଦିନ ୧୨ଟା, ୪ଟା, ୮ଟାରେ ଡିଲ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.