Below header

କରୋନା ଟିକା ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କହିଲେ କେନ୍ଦ୍ର କରୁଛି ପାତରଅନ୍ତର

କେନ୍ୟୁଜ୍(ବ୍ୟୁରୋ):  ନିଜସ୍ୱ ପାଣ୍ଠିରୁ ଟିକା ଆଣିବେ ରାଜ୍ୟ ସରକାର । ଟିକା ନିର୍ମାତାଙ୍କ ସହ ରାଜିନାମା କରିଛନ୍ତି ରାଜ୍ୟ ସରକାର । ନିଜସ୍ୱ ପାଣ୍ଠିରୁ ଟିକା ନିର୍ମାତାଙ୍କୁ ଅଗ୍ରୀମ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଟିକାରେ କେନ୍ଦ୍ରର ପାତରଅନ୍ତର ଅଭିଯୋଗ ଆଣିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କେନ୍ଦ୍ରରେ ମନ୍ତ୍ରୀ ଥିବା ଦୁଇ ଓଡ଼ିଆ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ରାଜା ସ୍ୱାଇଁ ।

ଯଦି ମାଗଣାରେ କରୋନା ଟିକା ଦେବାକୁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇପାରୁଛି, ତେବେ ଓଡ଼ିଶାର ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛଘୁଞ୍ଚା କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଏହା କେବଳ ଆଉ ଏକ ନିର୍ବାଚନୀ ଜୁମଲା କି ? ଏହା ପାତରଅନ୍ତର କି ନୁହଁ, ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟୀକରଣ ଦେବେକି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ କରୋନା ଟିକାକରଣ ପାଇଁ ବିଜେପିର ଆଭିମୁଖ୍ୟ କ’ଣ ଦୁଇ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ । ଓଡ଼ିଶାବାସୀ ଏହାର ଉତ୍ତର ଚାହୁଁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.