Below header

ଭାରତର ଏହି ସ୍ଥାନରେ ‘ଏକ୍ସପାୟର ମେଡିସିନ’ରେ ନିର୍ମାଣ ହୋଇଛି ମା’ ଦୁର୍ଗାଙ୍କ ମୂର୍ତ୍ତି, ଶିଳ୍ପୀଙ୍କୁ ଲାଗିଲା ୫ ମାସ ସମୟ

ଦୁର୍ଗା ପୂଜା ଅବସରରେ ଆସାମର ଜଣେ କାରିଗର ଏକ ନିଆରା ଶୈଳୀରେ ମା’ଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି, ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମୂର୍ତ୍ତି ନିର୍ମାଣରେ ସେ ଏକ୍ସପାୟର ହୋଇଯାଇଥିବା ମେଡିସିନ ବ୍ୟବହାର କରିଛନ୍ତି।

fgg

ସଞ୍ଜୀବ ବସକ ନାମକ ଏହି ଶିଳ୍ପୀ କହିଛନ୍ତି, ‘ଏ ବର୍ଷ କରୋନା କାଳରେ ମୁଁ କିଛି ଅଲଗା ଶୈଳୀରେ ମୂର୍ତ୍ତି ନିର୍ମାଣ କରିବାକୁ ଚେଷ୍ଟା କରିଛି। ସମସ୍ତେ କରୋନା ଭାଇରସ ଏବଂ ଏହାର ଚିକିତ୍ସା ବିଷୟରେ ଭାବୁଛନ୍ତି। ଲୋକେ କରୋନା ଭ୍ୟାକସିନକୁ ଅପେକ୍ଷା କରିଛନ୍ତି। ଏଥିପାଇଁ ମୁଁ ଔଷଧ ସାହାଯ୍ୟରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିଛି’।

yu

ସଞ୍ଜୀବ ଜଣେ କାରିଗର ହେବା ସହିତ ସରକାରୀ ଚାକିରି ମଧ୍ୟ କରିଛନ୍ତି। ସେ କହିଛନ୍ତି, ମା’ ଦୁର୍ଗାଙ୍କ ଏହି ମୂର୍ତ୍ତି ନିର୍ମାଣ କରିବା ପାଇଁ ତାଙ୍କୁ ୫ ମାସ ସମୟ ଲାଗିଛି। ଏଥିରେ ଔଷଧ ସହିତ ୪୦ ହଜାର ଖୋଳ ବ୍ୟବହାର କରାଯାଇଛି। ଏହାସହିତ କ୍ୟାପସୁଲ ଏବଂ ଇଞ୍ଜେକସନ ପ୍ୟାକେଟ ମଧ୍ୟ ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.