କରଞ୍ଜିଆ: ଠାକୁରମୁଣ୍ଡା ରେଞ୍ଜ ରିଜର୍ଭ ଫରେଷ୍ଟରେ ବଢୁଛି କାଠ ମାଫିଆଙ୍କ ପ୍ରାଦୁର୍ଭାବ, ଆଜି ପୁଣି ବିପୁଳ ଶାଳ କାଠ ଜବତ କଲା ବନ ବିଭାଗ

କରଞ୍ଜିଆ(କେନ୍ୟୁଜ୍):  କରଞ୍ଜିଆ ଉପଖଣ୍ଡରେ କାଠମାଫିଆଙ୍କୁ ଦମନ କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ଗତକାଲି ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ବରିଂ ରିଜର୍ଭ ଫରେଷ୍ଟ  ନିକଟରୁ ଚଢ଼ାଉ କରି ବ୍ୟାପକ ପରିମାଣରେ ମୂଲ୍ୟବାନ ଶାଳ କାଠ ଜବତ କରାଯାଇଛି। ଘଟଣା ସ୍ଥଳରୁ ବନବିଭାଗ କର୍ମଚାରୀଙ୍କୁ ଦେଖି କାଠ ମାଫିଆମାନେ ଚମ୍ପଟ ମାରିଥିଲେ। ବନବିଭାଗ ଘଟଣା ସ୍ଥଳରୁ  ବ୍ୟାପକ ପରିମାଣର ଶାଳ କାଠ ଜବତ କରିଥିଲା  ।

ଆଜି ପୁଣି ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ତରତରା ରିଜର୍ଭ ଫରେଷ୍ଟରେ ଚଢାଉ କରି ସେଠାରୁ  ବ୍ୟାପକ ପରିମାଣରେ କାଠ ଜ  ବତ କରିଛି  କିନ୍ତୁ ବନବିଭାଗ  ଘଟଣା  ସ୍ଥଳରେ ପହଁଚିବା ପୂର୍ବରୁ କାଠମାଫିଆମାନେ ସେଠାରୁ  ଫେରାର ହେଇଯାଇଥିଲେ । ରିଜର୍ଭ ଫରେଷ୍ଟରେ କାଠ ମାଫିଆଙ୍କ ପାଦୁର୍ଭାବ ବଢୁଥିବା କାରଣରୁ  ଏହିଭଳି  ଅନେକ ସ୍ଥାନର ଚଢ଼ାଉ ଜାରି ରହିବ ବୋଲ ଠାକୁରମୁଣ୍ଡା ରେଞ୍ଜ ଅଫିସର କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.