Below header

ପୁରୀ: ଜଣେ ରୋଗୀ ପଜିଟିଭ ଚିହ୍ନଟ ପରେ ସିଲ୍ ହେଲା ପୁରୀ ମୁଖ୍ୟ ଚିକିତ୍ସାଳୟର ICU ବିଭାଗ

ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ICU ବିଭାଗକୁ ସିଲ୍‌ କରାଯାଇଛି । ଆଇସିୟୁରେ ପୂର୍ବରୁ ଚିକିତ୍ସିତ ହେଉଥିବା ଜଣେ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମସ୍ତ ରୋଗୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏହା ସହ ICU ଦାୟିତ୍ୱରେ ଥିବା ସମସ୍ତ ଡାକ୍ତର, କର୍ମଚାରୀ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ଗତକାଲି ସନ୍ଧ୍ୟାରେ ଆଇସିୟୁରେ ଥିବା ରୋଗୀ ଜଣକ କରୋନା ପଜିଟିଭ୍‌ ବାହାରିଥିଲେ। ତାଙ୍କୁ ପୁରୀ କୋଭିଡ୍‌ ହସ୍‌ପିଟାଲକୁ ପଠାଇ ଦିଆଯାଇଛି। ଏହି ଘଟଣା ପରେ ହସ୍‌ପିଟାଲର ICUକୁ ସଂପୂର୍ଣ୍ଣ ଖାଲି କରାଯାଇ ସେଠାରେ ତାଲା ପକାଯାଇଛି ।

ଗତକାଲି ଜଣେ ଅବସରପ୍ରାପ୍ତ ADMO ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୮୬ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୩୪୩ଜଣ ସୁସ୍ଥ ହୋଇଛନ୍ତି । ୨୩୯ଟି ଆକ୍‌ଟିଭ୍‌ କେସ୍‌ ରହିଥିବାବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି। ଆଜି ହିଁ ପୁରୀରୁ ୯୦ ଟି ପଜିଟିଭ କେଶ ବାହାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.