Below header

ଏବେ କାଶ ଶବ୍ଦରୁ ଜାଣିପାରିବେ କାହାକୁ ହୋଇଛି କରୋନା, ଜାଣନ୍ତୁ କେମିତି

କରୋନା ଧୀରେ ଧୀରେ ସମଗ୍ର ମାନବ ଜାତିକୁ ନିଜ କବ୍ଜାକୁ ନେବାରେ ଲାଗିଛି। ଏହି ଘାତକ ଭାଇରସ୍‌ର ନୂଆ ନୂଆ ଲକ୍ଷଣ ଏବେ ସାମ୍ନାକୁ ଆସୁଛି। ଏବେ ଦେଶରେ କାଶର ଶବ୍ଦରୁ କରୋନା ଭାଇରସ୍‌ ସଂକ୍ରମଣର ପତ୍ତା ଲଗାଇବା ଟେକ୍‌ନିକ୍‌ ଉପରେ କାମ ଚାଲିଛି। ଏନେଇ ସ୍ୱତନ୍ତ୍ର ରିସର୍ଚ୍ଚ ଆରମ୍ଭ ହୋଇଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ କାଶର ଶବ୍ଦରୁ କରୋନା ହୋଇଛି କି ନାହିଁ ଜାଣିବା ପାଇଁ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର)ର ଏକ ଟିମ୍‌ ତଥା ଭାରତ ଏବଂ ନରେଓ୍ଵ ସରକାରଙ୍କ ତରଫରୁ ରିସର୍ଚ୍ଚ ଆରମ୍ଭ ହୋଇଛି।

Coronavirus Treatment Could Lie in Existing Drugs

ଏଥିରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ଉପଯୋଗ କରି ଲୋକଙ୍କ କାଶର ଶବ୍ଦରୁ କରୋନା ଭାଇରସ୍‌ର ପତ୍ତା ଲଗାଇ ହେବ। ନରେଓ୍ଵ-ଇଣ୍ଡିଆ ପାର୍ଟନରସିପ୍‌ ଇନିସିଏଟିଭ୍‌ ଦ୍ୱାରା ଏକ ମୋବାଇଲ ଆପ୍‌ ବିକଶିତ କରାଯାଇଛି। ଏହି ଆପ୍‌ରେ ଭାଇରସ୍‌ ସଂକ୍ରମିତ ଲୋକ ନିଜ କାଶର ଶବ୍ଦ ରେକର୍ଡ କରି ପରେ ଏହାକୁ ପରୀକ୍ଷଣ କରିପାରିବେ।

Timely intervention for allergic cough is the need of the hour

ଭୁବନେଶ୍ୱର ଆରଏମ୍‌ଆରସିର ନିର୍ଦ୍ଦେଶକ ଡା.ସଂଘମିତ୍ରା ପତି ଶୁକ୍ରବାର ଦିନ କହିଛନ୍ତି ଯେ କରୋନା ସଂକ୍ରମିତଙ୍କୁ ଖୋଜିବା ପାଇଁ କାଶ ଶବ୍ଦର ନମୁନାର ଡାଟାବେସ୍‌ ସଂଗ୍ରହ କରାଯାଉଛି। ଏହି ନମୁନାରୁ ଜଣାପଡ଼ିବ କେଉଁ ପ୍ରକାରର କାଶ କରୋନାର ଲକ୍ଷଣ। ଏହି କାଶର ସ୍ୱରରୁ ସହଜରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.