Below header

ତୃତୀୟ ଦିନରେ ଶ୍ରୀ ଜଗନ୍ନାଥ ଦର୍ଶନ, କାଲିଠୁ ଓ୍ଵାର୍ଡ ଅନୁଯାୟୀ ଦର୍ଶନ କରିବେ ପୁରୀ ସହରବାସୀ

 ପୁରୀ(କେ ନ୍ୟୁଜ): ଲାଗିଲା କାଳିଆ ଡୋରି । ମନ୍ଦିର ଖୋଲିବା ପରେ ଆଜି ତୃତୀୟ ଦିନରେ ସେବାୟତଙ୍କ ପରିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଆସନ୍ତାକାଲିଠୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ । ଦୀର୍ଘ ୯ମାସ ପରେ ଦର୍ଶନ ହେଉଥିବାରୁ ଭିଡକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ କିଛି କିଛି ଓ୍ଵାର୍ଡ ବାସିନ୍ଦାଙ୍କୁ ଦର୍ଶନର ସୁଯୋଗ ଦିଆଯିବ । କାଲିଠୁ ୭ଟି ଓ୍ଵାର୍ଡ ତଥା ୨,୩,୬,୯,୧୧,୧୨,୧୫ ନମ୍ବର ଓ୍ଵାର୍ଡର ବାସିନ୍ଦା ଦର୍ଶନ କରିବେ । ଏଥିପାଇଁ ଓ୍ଵାର୍ଡବାସୀଙ୍କୁ ପୌରପାଳିକା ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି । ସମସ୍ତ ଭକ୍ତ ମାର୍କେଟ ଛକରୁ ବାରିକେଡରେ ଆସିବେ । ହାତ ସାନିଟାଇଜ କରି ଫଟୋ ଉଠାଇବା ପରେ ଦର୍ଶନ କରିବାକୁ ଯିବେ । ସେଥିପାଇଁ ୮ଟି ସ୍ୱତନ୍ତ୍ର କ୍ୟାବିନ ତିଆରି କରାଯାଇଛି ।

ତିନି ଦିନ ପାଇଁ ସେବାୟତ ଓ ତାଙ୍କ ପରିବାର ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ଏହାପରେ ପୁରୀ ସହରବାସୀ ଓ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଏଥିପାଇଁ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଫଳ, ଫୁଲ ଓ ଭୋଗ ମନ୍ଦିର ଭିତରକୁ ନେବାକୁ ବାରଣ ରହିଛି । କିନ୍ତୁ ମନ୍ଦିର ପରିସରରେ ଦୀପ ଜାଳିବା ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଆସନ୍ତା ୨୬ରୁ ୩୧ତାରିଖ ଯାଏ ପୁରୀ ସହରବାସୀ ଓ ୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.