‘ସତ୍ୟମେବ ଜୟତେ ୨’ର ଶୁଟିଂ ବେଳେ ଆହତ ହେଲେ ଜନ ଆବ୍ରାହମ, ଡାହାଣ ହାତରେ ଲାଗିଲା ଆଘାତ

ବଲିଉଡ ଅଭିନେତା ଜନ ଆବ୍ରାହମ ଶୁଟିଂ ସମୟରେ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତ ପାପୁଲିରେ ଆଘାତ ଲାଗିଛି। ଏହାକୁ ଦେଖାଇବା ପାଇଁ ସେ ବାରାଣସୀରେ ଚିତଇପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କର ଏକ୍ସ-ରେ ହୋଇଥିଲା। କିନ୍ତୁ ଏଥିରେ କୌଣସି ପ୍ରକାର ଡ୍ୟାମେଜ ବାହାରି ନ ଥିଲା।

john

ହେଲେ ଯନ୍ତ୍ରଣା ଯୋଗୁ ଡାକ୍ତର ତାଙ୍କ ହାତ ଉପରେ ବ୍ୟାଣ୍ଡେଡ ବାନ୍ଧି ଦେଇଥିଲେ, ଯେପରି ତାଙ୍କୁ ଆରାମ ମିଳି ପାରିବ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ହସ୍ପିଟାଲରେ ଜନ ପାଖାପାଖି ୧ ଘଣ୍ଟା ବିତାଇଥିଲେ। ଜନ ଏଠାରେ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ଶୁଟିଂ କରୁଛନ୍ତି।

ତେବେ ଜନ ଆହତ ହୋଇଥିବା ଖବର ଜାଣିବା ପରେ ହସ୍ପିଟାଲ ବାହାରେ ଲୋକମାନେ ଭିଡ଼ ଜମାଇବାରେ ଲାଗିଥିଲେ। ଯଦିଓ ସେତେବେଳକୁ ଜନ ନିଜର ଚିକିତ୍ସା କରାଇ ଯାଇସାରିଥିଲେ। ଜନ ଆବ୍ରାହମ ଗତ କିଛି ଦିନ ହେବ ବାରାଣସୀରେ ନିଜର ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ଶୁଟିଂ କରୁଛନ୍ତି। ଫିଲ୍ମର ପ୍ରଥମ ପାର୍ଟରେ ଏକ ଆକ୍ସନ ସିନ ଶୁଟ କରିବା ସମୟରେ ଜନ ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.