Below header

ପରୀ ମୃତ୍ୟୁ ଘଟଣା, ନୟାଗଡ଼ ସବଜେଲରେ ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ଼(କେ ନ୍ୟୁଜ): ନୟାଗଡ଼ ସବଜେଲରେ ଅଭିଯୁକ୍ତ ସରୋଜ ସେଠୀ । ତିନି ନମ୍ବର ସେଲରେ ରହିଛି ଅଭିଯୁକ୍ତ । ତିନିିଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଜେଲକୁ ପଠାଇ ଦିଆଯାଇଛି । ଏହି ରିମାଣ୍ଡ ସମୟରେ ହତ୍ୟା ନେଇ ଅନେକ ତଥ୍ୟ ଓ ପ୍ରମାଣ ହାସଲ କରିଛି ଏସଆଇଟି । ତେଣୁ ଅଧିକ ଦିନର ରିମାଣ୍ଡର ଆବଶ୍ୟକ ନାହିଁ ବୋଲି କହିଥିଲା ଏସଆଇଟି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜେ ଯଦୁପୁରରେ ଉପସ୍ଥିତ ରହିଥିଲେ । ତଦନ୍ତରୁ ଜଣା ଯାଇଛିଯେ ନୟାଗଡ଼ ଯଦୁପୁର ନାବାଳିକାଙ୍କୁ କେମିତି ଘର ଭିତରେ ହତ୍ୟା କରିଥିଲା ଅଭିଯୁକ୍ତ ସରୋଜ ସେଠୀ । କେଉଁ ସ୍ଥାନରେ ପରୀ ସହ ଘଟାଇଥିଲା ଜଘନ୍ୟ କାଣ୍ଡ ।

pari murder case

ମୃତଦେହକୁ କିଭଳି ଅଖା ଭିତରେ ପୂରାଇ ପୋଖରୀ ନିକଟ ବୁଦାମୂଳେ ଲୁଚାଇ ରଖିଥିଲା । ଏସବୁ ଥିରୁ ପରଦା ଉଠାଇବା ପାଇଁ ଘଟଣାସ୍ଥଳରେ ଡେମୋ ଦେଖାଇଥିଲା ଅଭିଯୁକ୍ତ ସରୋଜ ସେଠୀ । ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ପୂରା ଘଟଣା ଦେଖାଇଛି ଅଭିଯୁକ୍ତ । ଦୁଇ ଦୁଇ ଥର ଡେମୋ ଦେଖାଇଥିଲା ସରୋଜ । ନାବାଳିକାକୁ ହତ୍ୟା ବାବଦରେ ସରୋଜର ପରିବାର ଲୋକ ପୂର୍ବରୁ ଜାଣିଥିଲେ । ସରୋଜର ପରିବାର ଲୋକ ଏବେ ଏସଆଇଟିର ସନ୍ଦେହ ଘେରରେ। ଅନ୍ୟ କେହି ସହଯୋଗ କରିଛନ୍ତି କି ନାହିଁ ତଦନ୍ତ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.