Below header

ଦିଲ୍ଲୀରେ ପୁଣିଥରେ ଅନୁଭୂତ ହେଲା ଭୂମିକମ୍ପ ଝଟ୍‌କା, ତୀବ୍ରତା ୨.୩ ରିକ୍ଟର ସ୍କେଲ

ଦିଲ୍ଲୀରେ ପୁଣିଥରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୂଚନା ଅନୁସାରେ, ଦିଲ୍ଲୀର ନାଙ୍ଗଲୋଇରେ ଆଜି ସକାଳ ୫.୦୨ରେ ଭୂମିକମ୍ପ ଝଟ୍‌କା ଲାଗିଛି। ରିପୋର୍ଟ ମୁତାବକ, ଏହି ଭୂମିକମ୍ପର ତୀବ୍ରତା ୨.୩ ରିକ୍ଟର ସ୍କେଲ ରହିଛି। ତେବେ ଏହି ଭୂମିକମ୍ପରେ କାହାର କୌଣସି କ୍ଷତି ହୋଇନଥିବା ଜଣାଯାଇଛି।


ଏହା ପୂର୍ବରୁ ୧୭ ଡିସେମ୍ବରରେ ଦିଲ୍ଲୀ-ଏନ୍‌ସିଆର୍‌ର କେତେକ ଅଞ୍ଚଳରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ଥିଲା ଓ ନ୍ୟାସନାଲ ସେଣ୍ଟର ଫର ସେସ୍‌ମୋଲୋଜି ମୁତାବକ ଏହାର କେନ୍ଦ୍ର ଗୁରୁଗ୍ରାମ୍‌ ଠାରୁ ୪୮ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଥିଲା। ଭୂମିକମ୍ପର ଝଟ୍‌କା ୧୭ ଡିସେମ୍ବର ରାତି ପ୍ରାୟ ୧୧.୪୫ରେ ଅନୁଭବ ହୋଇଥିଲା। ଭୂମିକମ୍ପର ଝଟ୍‌କା ଦିଲ୍ଲୀ ଠାରୁ ଆରମ୍ଭ କରି ନୋଏଡା, ଗାଜିଆବାଦ, ଗୁରୁଗ୍ରାମ୍‌ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ମାତ୍ର ଏଥିରେ କାହାର କୌଣସି କ୍ଷତି ହୋଇନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.