Below header

ପୁରୀ ହିଂସା ଘଟଣା : ୮୩ ଜଣଙ୍କ ନାଁରେ ସଙ୍ଗୀନ ମାମଲା ରୁଜୁ

ପୁରୀ : ପୁରୀ ହିଂସା ଘଟଣାରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି ପୋଲିସ । ଏହି ଘଟଣାରେ ଗଠିତ ଶାନ୍ତି କମିଟିର ୫ ଜଣ ସଦସ୍ୟଙ୍କ ସହ ୮୩ ଜଣଙ୍କ ନାଁରେ ସଙ୍ଗୀନ ମାମଲା ରୁଜୁ ହୋଇଛି । ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ବରିଷ୍ଠ ଦଇତାପତି ତଥା ନଗର କଂଗ୍ରେସ ସଭାପତି ବିନାୟକ ଦାସମହାପାତ୍ର, ବିଜେପି କର୍ମୀ ଭବାନୀ ଦାସ ମହାପାତ୍ର, ସେବାୟତ ସୋମନାଥ ଖୁଣ୍ଟିଆ, ସେବାୟତ ଦାମୋଦର ମହାସୁଆର ଓ ରବି ଦାସ ପ୍ରମୁଖଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଆଇପିସିର ଦଫା ୧୪୭, ୧୪୮, ୪୫୦, ୩୪୧, ୨୯୪, ୩୨୩, ୩୦୭, ୫୦୬, ୩୫୩, ୧୮୬, ୪୨୭, ୩୪୫, ୪୩୫, ୧୨୦(ବି), ୧୪୯ ଲାଗିଛି । ଏହା ସହ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ TDPP Actର ୩ ଓ ୪ ଦଫାରେ ମାମଲା ରୁଜୁ କରାଯାଇଛି । ପୁରୀ ହିଂସାକାଣ୍ଡ ଘଟଣାରେ ମୋଟ୍‌ ୧୮ଟି ମାମଲା ରୁଜୁ ହୋଇଛି । ଟାଉନ୍‌ ଥାନା ଓ ସିଂହଦ୍ୱାର ଥାନାରେ ୯ଟି ଲେଖାଏଁ ମାମଲା ରୁଜୁ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨ଟି, ଜିଲ୍ଲା ସୂଚନା କେନ୍ଦ୍ର ପକ୍ଷରୁ ଗୋଟିଏ, ଫ୍ରି ଷ୍ଟାଣ୍ଡ ପକ୍ଷରୁ ଦୁଇଟି, ଶ୍ରୀମନ୍ଦିର ସିକ୍ୟୁରିଟି ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଛି । ସେହିପରି ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ଙ୍କ ପକ୍ଷରୁ ଦୁଇଟି, ସମାଜସେବୀଙ୍କ ପକ୍ଷରୁ ଗୋଟିଏ ଓ ସରକାରୀ ଗାଡ଼ି ଭାଙ୍ଗିବା ଘଟଣାରେ ଗୋଟିଏ ମାମଲା ରୁଜୁ କରାଯାଇଛି । ସେହିପରି ଏହି ଘଟଣାରେ ମୋଟ୍‌ ୨୩ ଜଣଙ୍କୁ ଗିରଫ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.