Below header

ବନ୍ଦ ପାଳନ ବେଳେ ମହେଶ୍ୱର ମହାନ୍ତିଙ୍କ ଘର ଉପରେ ଆକ୍ରମଣ ଘଟଣା : ୫ ପୋଲିସ ନିଲମ୍ବିତ

ପୁରୀ : ବୁଧବାର ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘର ଉପରକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । କର୍ତ୍ତବ୍ୟରେ ଅବହେଳା ନେଇ ଜଣେ ହାବିଲଦାରଙ୍କ ସମେତ ୫ ଜଣ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ଏ ନେଇ ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଗତ ବୁଧବାର ଦିନ ପୁରୀରେ ବନ୍ଦ ପାଳନ ବେଳ ବ୍ୟାପକ ହିଂସାକାଣ୍ଡ ଓ ପୋଳାଜଳା ହୋଇଥିଲା । ଏହି ସମୟରେ ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମହାନ୍ତିଙ୍କ ପୁରୀ ବାସଭବନରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.