ପାଇବାକୁ ଚାହୁଁଛନ୍ତି ସଫଳତା, ତେବେ ସକାଳୁ ଉଠି କରନ୍ତୁ ଏହି କାମ

ବିଶ୍ବର ସବୁ ଲୋକ ସଫଳତା ପାଇବାକୁ ଚାହାଁନ୍ତି । କିନ୍ତୁ କିଛି ଲୋକଙ୍କ ମଧ୍ୟରେ ଏହାକୁ ପାଇବାର ଲାଳସା ଅଧିକ ଥାଏ । ଏବଂ ଏହି ସଫଳତା ପାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । କିନ୍ତୁ ଅନେକ ସଂଘର୍ଷ କଲା ପରେ ବି କିଛି ବ୍ଯକ୍ତି ସଫଳତାର ପାଇ ପାରିନଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତାଇବୁ ଯାହା ଦ୍ବାରା ଆପଣ ସହଜରେ ପାଇ ପାରିବେ ସଫଳତା ।

– ସକାଳୁ ଉଠି ପ୍ରଥମେ ମୋବାଇଲକୁ ଦେଖିବା ପରିବର୍ତ୍ତେ ନିଜ ହାତକୁ ଦେଖନ୍ତୁ । ଏଥିରୁ ଅନେକ ଲାଭ ମିଳିଥାଏ ।

– ଯଦି ସକାଳୁ ଉଠି ନିଜ ମୁହଁ ନଦେଖି ତୁରନ୍ତ ହାତ ଦେଖୁଛନ୍ତି ତେବେ ଆପଣଙ୍କ ଦିନଟି ଖୁବ୍ ଭଲରେ କଟିବ । ଯଦି ଏହା ଉପରେ ବିଶ୍ବାସ ନହେଉଛି ତେବେ ଥରେ ଟ୍ରାଏ କରି ଦେଖନ୍ତୁ ।

– ଶାସ୍ତ୍ରରେ କୁହାଯାଇଛି ହାତର ମଧ୍ୟମରେ ମାତା ସରସ୍ବତୀ, ଉପର ଭାଗରେ ମାତା ଲକ୍ଷ୍ମୀ ଏବଂ ନିମ୍ନ ଭାବରେ ବାସ କରନ୍ତି ଗୋବିନ୍ଦ ବାସ କରନ୍ତି । ତେଣୁ ସକାଳେ ନିଜ ହାତ ଦର୍ଶନ କରିଛନ୍ତି ଅର୍ଥ ସିଧାସଳଖ ମା ଲକ୍ଷ୍ମୀ ଏବଂ ସରସ୍ବତୀଙ୍କ ଦର୍ଶନ କରିବା ସହ ସମାନ ।

– ସେହିପରି ଶାସ୍ତ୍ରରେ କୁହାଯାଇଛି ସକାଳୁ ଉଠି ତୁରନ୍ତ ହାତ ଦେଖିଲେ ଦିନଟି ଭଲରେ କଟିବା ସହ କୌଣସି ଖୁସିଖବର ମିଳିପାରେ । ଯାହା ଆପଣଙ୍କ ଭବିଷ୍ଯତ ଚମକାଇବାରେ ସାହାଯ୍ଯ କରିଥାଏ ।

– ଯଦି ସକାଳୁ ସକାଳୁ ଆପଣଙ୍କ ହାତ କୁଣ୍ଡାଇହେଉଛି ତେବେ ନିଜ ହାତକୁ ଦେଖି ଏହାକୁ ଚୁମି ନିଅନ୍ତୁ । ଦେଖିବେ ରାତି ହେବା ମଧ୍ୟରେ କେଉଁଠୁ ନା କେଉଁଠୁ ଧନ ମିଳିପାରେ ।

– ସେହିପରି ସକାଳୁ ଉଠି ତୁରନ୍ତ ନିଜ ହାତକୁ ଦେଖିବା ପରେ ଚୁମି ଆଖିରେ ଲଗାନ୍ତୁ । ଏହା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.