Below header

ପୁରୀର ଏକ ଘରୋଇ ହୋଟେଲରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରଲ, ଦୁଇ ଜଣ ଗିରଫ

ପୁରୀ କେନ୍ୟୁଜ (ବ୍ୟୁରୋ): ପୁରୀର ଏକ ଘରୋଇ ହୋଟେଲରେ ମହିଳା ଓ ଯୁବତୀଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରଲ। ଏ ନେଇ ବଳିଆପଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ଭିଡ଼ିଓଟିରେ ଯାଜପୁର ଅଞ୍ଚଳର ବିଶ୍ଵ ହିନ୍ଦୁ ପରିଷଦର ଜଣେ ବରିଷ୍ଠ ନେତା ଚିନ୍ମୟ ସୂରୁପ ପଣ୍ଡା ଏବଂ ତାଙ୍କ ସାଥି ଚିନ୍ମୟ ରଞ୍ଜନ ରାଉତ ସଂଶ୍ଳିଷ୍ଟ ଥିବାରୁ ସେମାନଙ୍କୁ ବଳିଆପଣ୍ଡା ଥାନା ପୋଲିସ ଗିରଫ କରିଛି। ଇମୋରାଲ ଟ୍ରାଫିକିଙ୍ଗ ପ୍ରିଭେନ୍ସନ ଆକ୍ଟର ୩, ୫, ୬, ଓ ୭ରେ ଉଭୟଙ୍କୁ ଗିରଫ କରାଯାଇଛି ।

ତେବେ ଭିଡ଼ିଓ ଭାଇରାଲ କରି ବ୍ଲାକମେଲ କରିଥିବା କାରଣରୁ ଅନ୍ୟ ଜଣେ ଏହି ମାମଲାରେ ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି । ପୂର୍ବ ଶତ୍ରତା କୁ ନେଇ ଏଭଳି ଘଟଣା ଘଟିଥିବା କହିଛନ୍ତି ପୁରୀ ଏସପି। ଅଭିଯୁକ୍ତଙ୍କ ପାଖରୁ ଏକ ସ୍କର୍ପିଓ ଗାଡି । ସେକ୍ସ ଟାବଲେଟ, କଣ୍ଡମ, ୪୨୦୦ ଟଙ୍କା ଜବତ ହୋଇଛି। ବଳିଆପଣ୍ଡା ଅଞ୍ଚଳର କ୍ରିଷ୍ଟା ସି ସାଇଟ ଆପାର୍ଟମେଣ୍ଟ ର ରୁମନମ୍ବର ୧୦୩ ରେ ଏହି ଘଟଣା ଘଟିଥିଲା। ଏନେଇ ପୁରୀ ବଳିଆପଣ୍ଡା ଥାନାରେ ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଥିବା ବେଳେ ତିନିଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଏହି ମାମଲା ରେ ଅନ୍ୟଜଣେ ଅଭିଯୁକ୍ତ କଟକ ମଙ୍ଗଳବାଗ ଅଞ୍ଚଳର ଆନନ୍ଦ ରାମ ଫେରାର ଥିବା ବେଳେ ତାକୁ ଗିରଫ ପାଇଁ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.