ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜଂହାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ, ସୁରକ୍ଷା ପାଇଁ ପହଞ୍ଚିଲେ କୋର୍ଟ

ଭାରତୀୟ ସ୍ପିନ ବୋଲର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜଂହା ଯଦିଓ ଶାମିଙ୍କଠାରୁ ଅଲଗା ହୋଇଯାଇଛନ୍ତି, ତଥାପି ସେ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ନିଜ ବୋଲଡ ଭିଡ଼ିଓ ପାଇଁ ତ କେତେବେଳେ ଫଟୋ ନଚେତ ବିବାଦୀୟ ପୋଷ୍ଟ ପାଇଁ। ୫ ଅଗଷ୍ଟରେ ହସିନ ଜଂହା ରାମ ମନ୍ଦିରକୁ ନେଇ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ଉପରେ ଲୋକେ କମେଣ୍ଟ ଦେବାକୁ ଯାଇ ତାଙ୍କୁ ବିଭିନ୍ନ ଧମକ ମଧ୍ୟ ଦେଇଥିଲେ। ଏବେ ଏହି ମାମଲା ଏତେ ବଢିଯାଇଛି ଯେ ହସିନଙ୍କୁ କୋର୍ଟ ଯିବାକୁ ପଡିଛି।

ସେ କଲିକତା ହାଇକୋର୍ଟରେ ନିଜର ଏବଂ ନିଜ ଝିଅର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ଏହାସହିତ ହସିନ କହିଛନ୍ତି, ୯ ଅଗଷ୍ଟରେ ସେ କଲିକତାର ଲାଲ ବଜାର ଷ୍ଟ୍ରଟରେ ଥିବା ସାଇବର ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ff

ସେ ଅଭିଯୋଗ କରିଛନ୍ତି ଯେ ‘୫ ଅଗଷ୍ଟରେ ମୁଁ ସୋସିଆଲ ମିଡିଆ ଜରିଆରେ ରାମ ମନ୍ଦିର ଭୂମି ପୂଜନର ଶୁଭେଚ୍ଛା ସମସ୍ତ ହିନ୍ଦୁ ଭାଇ ଭଉଣୀଙ୍କୁ ଜଣାଇଥିଲି। କିନ୍ତୁ କିଛି କଠୋରପନ୍ଥୀ ଲୋକ ମୋତେ ଅଭଦ୍ର ଭାଷା ପ୍ରୟୋଗ କରି ଗାଳିଗୁଲଜ କରିଥିଲେ। ମୋତେ ହତ୍ୟା ଏବଂ ଦୁଷ୍କର୍ମ ଧମକ ଦିଆଯାଇଥିଲା। ଏହା ବିରୋଧରେ ମୁଁ ଥାନାରେ ଅଭିଯୋଗ କରିଥିଲି। ଏଭଳି ଅସାମାଜିକ ଲୋକଙ୍କ ବିରୋଧରେ ଯେତେ ଜଲଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲି’। ତେବେ ପୂର୍ବରୁ ମଧ୍ୟ ହସିନ ଜଂହାଙ୍କୁ ନେଇ ବିବାଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.