ଦିଶାଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମୋ ପାଖରେ ଅଛି : ବିଜେପି ନେତା ନୀତିଶ ରାଣେ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ସିବିଆଇ ଏପର୍ଯ୍ୟନ୍ତ କୈାଣସି ସିଦ୍ଧାନ୍ତରେ ପହିଞ୍ଚି ପାରିନାହିଁ । ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଡ୍ରଗ୍ସ ଦିଗରୁ ଆରମ୍ଭ କରିଥିବା ସିବିଆଇ ଏବେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ଦିଗରୁ ଆରମ୍ଭ କରିବାକୁ ଯାଉଛି । ଦିଶାଙ୍କ ମୃତ୍ୟୁ ସହ କାହିଁ ନା କାହିଁ ସୁଶାନ୍ତଙ୍କ ମୃତ୍ୟୁର ଖିଅ ଯୋଡି ହୋଇଛି ବୋଲି ସିବିଆଇ ଏବେ ଉପଲବ୍ଧି କରିଛି ।

ଆଜି ଦିଶାଙ୍କ ପ୍ରେମିକ ରୋହନ୍‌ ରାୟଙ୍କୁ ପଚାରା ଉଚରା କରିବା ପାଇଁ ସିବିଆଇ ଡକାଇ ଥିବା ବେଳେ ରୋହନ୍‌ ଘରୁ କୁଆଡେ ଫେରାର୍‌ ହୋଇଯାଇଛନ୍ତି । ତେବେ ସବିଆଇ ରୋହନଙ୍କୁ ଠାବ କରିବା ପାଇଁ ତାଙ୍କ ମୋବାଇଲ୍‌ ଟ୍ରେସ୍‌ କରିଛି ।

nitish-1

ଅନ୍ୟପଟରେ ବିଜେପି ନେତା ଆଜି ଶ୍ରୀ ରାଣେ ଏକ ଟିଭିରେ ସାକ୍ଷାତକାର ଦେଇ କହିଛନ୍ତି ଯେ ଦିଶାଙ୍କୁ ହତ୍ୟା କରାଯାଇଥିବାର ପ୍ରମାଣ ମୋ ପାଖରେ ଅଛି ।  ଯଦି ରୋହନ ନିଜେ ସିବିଆଇ ଆଗରେ ମୃତ୍ୟୁ ଦିନର ଘଟଣା ସର୍ମ୍ପର୍କରେ ନକୁହନ୍ତି ତେବେ ମୁଁ ସିବିଆଇ ଆଗରେ ସବୁ କହିଦେବିି । ଶ୍ରୀ ରାଣେ ଆହୁରି କହିଛନ୍ତି ଯେ ରୋହନ ରାୟ ଯେପରି ଦିଶାଙ୍କ ମୃତ୍ୟୁର ଲିଙ୍କ୍‌, ସେପରି ସୁଶାନ୍ତଙ୍କ ମୃତ୍ୟୁରେ ରିୟାଙ୍କ ଲିଙ୍କ୍‌ ରହିଛି ।

nitish-2

ଦିଶା ଓ ସୁଶାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ଆଦିତ୍ୟ ଠାକ୍‌ରେଙ୍କୁ ପଚରା ଯାଉ ବୋଲି ଶ୍ରୀ ରାଣେ କହିଛନ୍ତି । ଦିଶା ଛାତରୁ ପଡିବାର ୨୫ ମିନିଟ ପରେ ରୋହନ ପଂହଚିଥିଲେ । ଦିଶା ୮ ଜୁନ ପାର୍ଟିକୁ ଯିବା ପାଇଁ ଚାହୁଁ ନ ଥିଲେ । ଏଥିରେ ଜଣେ ବଡ ନେତା, ବିଲ୍ଡର, ଦୁଇଜଣ ଅଭିନେତା ଓ ଜଣେ ଅଭିନେତାଙ୍କ ଭାଇ ଥିଲେ । ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ଚାପରେ ଥିଲେ । ଏହାର ଠିକ୍ ସପ୍ତାହ ପରେ ସୁଶାନ୍ତଙ୍କ ଶବ ମିଳିଥିଲା ।

ତେଣୁ ଦିଶାଙ୍କ ହତ୍ୟା ସହ ସୁଶାନ୍ତଙ୍କ ହତ୍ୟା ଜଡିତ ହୋଇ ରହିଛି ବୋଲି ଶ୍ରୀ ରାଣେ କହିଛନ୍ତି । ଦିଶା ଆତ୍ମ ହତ୍ୟା କରି ନାହାଁନ୍ତି ତାଙ୍କୁ ହତ୍ୟା କରାଯାଇଛି । ୮ ଜୁନ୍‌ ପାର୍ଟିରେ ଥବା ଲୋକଙ୍କୁ ବଞ୍ଚାଇବା ପାଇଁ ମହାରାଷ୍ଟ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ରାଣେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.