ଚୀନରେ ହେବ କରୋନା ପ୍ରୁଫ ସ୍ମାର୍ଟ ସିଟି, ଲକଡାଉନରେ ବି ଠପ ହେବନି ଜୀବନଚର୍ଯ୍ୟା

ଚୀନରେ ଏକ ନୂଆ ସ୍ମାର୍ଟ ସିଟି ନିର୍ମାଣ ପାଇଁ ପ୍ଲାନିଂ କରାଯାଉଛି। କୁହାଯାଉଛି, ଏହି ସିଟି ସମ୍ପୂର୍ଣ୍ଣ ଭାବେ କୋଭିଡ-୧୯ ପ୍ରୁଫ ହେବ। ଅର୍ଥାତ ଏଠାରେ କରୋନାର କୌଣସି ବିପଦ ରହିବ ନାହିଁ। ଯେପରି ଏଠାରେ ରହିବାକୁ ଥିବା ଲୋକେ ନିଜକୁ ସୁରକ୍ଷିତ ରଖିପାରିବେ ଏବଂ ଭବିଷ୍ୟତରେ ଲକଡାଉନରୁ ନିଜକୁ ବଞ୍ଚେଇ ପାରିବେ, ତାହାକୁ ନଜରରେ ରଖି ଏହି ସିଟିର ପରିକଳ୍ପନା କରାଯାଇଛି।

ds

ରିପୋର୍ଟ ମୁତାବକ, ସ୍ପେନର ଆର୍କିଟେକ୍ଟ Golart ଏହି ଆତ୍ମନିର୍ଭର ସହରକୁ ବିକଶିତ କରୁଛନ୍ତି। ଏହି ନୂଆ ସହର ଜିୟୋଙ୍ଗଆନ ଅଞ୍ଚଳରେ ପରିବ୍ୟାପ୍ତ ହେବ। ସହରର ଆପାର୍ଟମେଣ୍ଟରେ ବାଲକୋନି, drone ଡେଲିଭରି ପାଇଁ ଏକ ଛାତ, ଏକ ସାଥୀରେ କାମ କଲା ଭଳି ଯୋଗ୍ୟ ସ୍ଥାନ, ପରିବା ବଗିଚା, ସୌର ପ୍ୟାନେଲ, କିଣ୍ଡରଗାର୍ଟନ ଏବଂ ଏକ ଫୁଡ ମାର୍କେଟ ସମେତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ।

cc

ଏକ ଇନଷ୍ଟାଗ୍ରାମ ପୋଷ୍ଟ ମୁତାବକ, ଆର୍କିଟେକ୍ଟମାନଙ୍କୁ ଏକ ପ୍ରତିଯୋଗିତା ଜିତିବା ପରେ ଚୀନରେ ଏମିତି ସହର ବିକଶିତ କରିବାକୁ ସୁଯୋଗ ଦିଆଯିବ। Golart Architectର ବିସେଣ୍ଟ ଗୋଲାର୍ଟ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘ଚୀନର ଜିୟୋଙ୍ଗଆନରେ ଏକ ନୂଆ ଆତ୍ମନିର୍ଭର ସହରରେ ଆବାସ ଏବଂ ସାର୍ବଜନୀନ ସୁବିଧା ଉପଲବ୍ଧ କରାଇବା ପାଇଁ ହୋଇଥିବା ପ୍ରତିଯୋଗିତାରେ ଆମେ ପ୍ରଥମ ସ୍ଥାନରେ ଅଛୁ। ଟିମକୁ ଧନ୍ୟବାଦ, ଯେଉଁମାନେ ଏହାକୁ ସମ୍ଭବ କରିଛନ୍ତି’।

ଖବର ମୁତାବକ, ସହର ସବୁଜିମାରେ ଭରପୂର ହେବ। ସହରର ରାସ୍ତା ଚାଲିକି ଯାଉଥିବା ବ୍ୟକ୍ତି ଏବଂ ସାଇକେଲରେ ଯାଉଥିବା ବ୍ୟକ୍ତିଙ୍କ ପାଇଁ ରିଜର୍ଭ ରହିବ। ଲକଡାଉନ ସମୟରେ ଏହି ସହର ସାଧାରଣ ଜୀବନ ଶୈଳୀ ଉପଲବ୍ଧ କରାଇବ। ସହରର ବଡ଼ ବଡ଼ ଅଟ୍ଟାଳିକାରେ ‘metabolic system’ ନାମକ ଏକ ଜିନିଷ ରହିବ, ଯାହାକି ଶକ୍ତି ଉତ୍ପାଦନ କରିବା, ପାଣିକୁ ରିସାଇକେଲ କରିବା, ଭୋଜନ ଏବଂ ଅନ୍ୟ ଜିନିଷକୁ ପୁନଃ ଉପଯୋଗ କରିବାରେ ବ୍ୟବହାର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.