Below header

ଅଙ୍କିତାଙ୍କ ପାଇଜାମା ଦେଖି ରାଗିଗଲେ ଲୋକେ, କହିଲେ-ଭଗବାନଙ୍କୁ ସମ୍ମାନ ଦିଅ

ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ତାଙ୍କୁ ନ୍ୟାୟ ଦେବାକୁ ଫୁଲ ଦମ୍‌ରେ ଲାଗିପଡ଼ିଛନ୍ତି। ସେ ଏହି ଦୁଃଖଦ ପରିସ୍ଥିତିରେ ସୁଶାନ୍ତଙ୍କ ପରିବାର ସହ ଠିଆ ହୋଇଛନ୍ତି। ଏଥିପାଇଁ ଫ୍ୟାନ୍‌ମାନେ ମଧ୍ୟ ତାଙ୍କୁ ବେଶ୍‌ ସର୍ପୋଟ କରୁଛନ୍ତି। କିନ୍ତୁ ନିକଟରେ ଅଙ୍କିତାଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ନିଜର ଏକ ଫଟୋ ପାଇଁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ ହୋଇଛନ୍ତି ଅଙ୍କିତା।

ନିକଟରେ ଅଙ୍କିତା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ତାଙ୍କ ଲୁକ୍‌ ବେଶ୍‌ ଷ୍ଟାଇଲିସ୍‌ ଲାଗୁଛି। ଏଥିରେ ସେ ନୂଆ ହେୟାର ଷ୍ଟାଇଲ କରିଛନ୍ତି। ଫଟୋ ସେୟାର କରି ଅଙ୍କିତା କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘ମୋ ବ୍ରେଡ୍ସ ସହ ଖୁବ୍‌ ଭଲରେ ଅଛି। ମା’ ତୁମ ଭଳି ବନ୍ଧୁ ନାହାନ୍ତି। ଧନ୍ୟବାଦ ମା’। ଅଙ୍କିତାଙ୍କ କ୍ୟାପସନ୍‌ରୁ ବୁଝାପଡ଼ୁଛି ଯେ ତାଙ୍କର ଏହି ହେୟାର ଷ୍ଟାଇଲ୍‌ ତାଙ୍କ ମା’ କରି ଦେଇଛନ୍ତି।


କିନ୍ତୁ ଫଟୋ ସେୟାର କରିବା ପରେ ଅଙ୍କିତାଙ୍କୁ ତାଙ୍କ ହେୟାର ଷ୍ଟାଇଲ ଯୋଗୁ ପ୍ରଶଂସା ମିଳିବା ବଦଳରେ ପ୍ୟାଣ୍ଟ ଯୋଗୁ ମିଳିଛି ଟ୍ରୋଲ। ଅଙ୍କିତା ପିନ୍ଧିଥିବା ପ୍ୟାଣ୍ଟ ବା ପାଇଜାମାରେ ଓମ୍‌ ଓ ସଂସ୍କୃତ ମନ୍ତ୍ର ଲେଖାଯାଇଛି। ଏହି ଓଁ ଅଙ୍କିତାଙ୍କ ପାଦରେ ବାଜୁଛି। ଏଣୁ ଲୋକେ ତାଙ୍କୁ ପ୍ରବଳ ଟ୍ରୋଲ କରିଛନ୍ତି। ଅଙ୍କିତାଙ୍କୁ ଧର୍ମକୁ ସମ୍ମାନ ଦେବାକୁ ଲୋକମାନେ କମେଣ୍ଟ କରି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.