ଚୀନ୍‌ ସରକାର କହିଲେ, ନଭେମ୍ବର ସୁଦ୍ଧା ବଜାରରେ ମିଳିବ ଚାଇନା କୋଭିଡ୍‌ ଭ୍ୟାକ୍‌ସିନ୍‌

ବେଜିଂ : ଚୀନ୍‌ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରୋନା ଭାଇରସ୍‌ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ହୋଇସାରିଲାଣି । ଆସନ୍ତା ନଭେମ୍ବର ମାସ ସୁଦ୍ଧା ଏହି ଭ୍ୟାକ୍‌ସିନ୍‌ ବଜାରରେ ଉପଲବ୍ଧ ହେବ ବୋଲି ଚୀନ୍‌ ସରକାରଙ୍କ ପକ୍ଷରୁ ସେଠାକାର ଏକ ଟେଲିଭିଜନରେ ପ୍ରକାଶ କରାଯାଇଛି ।  ଭ୍ୟାକ୍‌ସିନ୍‌ର ଫେଜ୍‌ ୩ ବା ଶେଷ ରାଉଣ୍ଡ ଟ୍ରାଏଲ୍‌ ହେବା ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

china vaccine

ବର୍ଷ ଶେଷ ସୁଦ୍ଧା ଭ୍ୟାକ୍‌ସିନ୍‌ର ଫେଜ୍‌ ୩ ଟ୍ରାଏଲ୍‌ ହେବ ବୋଲି ଭ୍ୟାକ୍‌ସିନ୍‌ ନିର୍ମାତା କମ୍ପାନୀ ପ୍ରକାଶ କରିଛି । ଚୀନ୍‌ର ସିନୋଭାକ୍‌ ବାୟୋଟେକ୍‌ ଓ ସିନୋଫାର୍ମା କମ୍ପାନୀ ଏହି ଭ୍ୟାକ୍‌ସିନ୍‌କୁ ପ୍ରସ୍ତୁତ କରୁଛି । ତେବେ ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସ ସୁଦ୍ଧା ଚାଇନା ଭ୍ୟାକ୍‌ସିନ୍‌ ବଜାରରେ ଉପଲବ୍ଧ ହେବ ବୋଲି ଚୀନ୍‌ ସରକାରୀ ସୂତ୍ରରୁ ଜଣାପଡ଼ିଛି ।

china vaccine.-1jpg

ପ୍ରକାଶଯୋଗ୍ୟ ଯେ କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ନେଇ ବିଶ୍ୱର ଅଧିକାଂଶ ଦେଶ ପ୍ରସ୍ତୁତି ଚଳାଇଥିବା ବେଳେ ଏପର୍ଯ୍ୟନ୍ତ ଶେଷ ପର୍ଯ୍ୟାୟରେ କେହି ପହଞ୍ଚି ନାହାଁନ୍ତି । ଋଷ ପ୍ରଥମେ ଭ୍ୟାକ୍‌ସିନ ବଜାରକୁ  ପଠାଇବା ନେଇ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ବଜାରକୁ ଆସି ପାରିନାହିଁ । ଭାରତ ମଧ୍ୟ ଏଥିପୂର୍ବରୁ ଅଗଷ୍ଟ ମାସରେ କରୋନା ଭ୍ୟାକ୍‌ସିନ ବଜାରକୁ ଛାଡିବ ବୋଲି କହିଥିଲା ।

ହେଲେ ତାହା ଏପର୍ଯ୍ୟନ୍ତ ବଜାରକୁ ଆସି ପାରିନାହିଁ । ବ୍ରିଟେନ୍‌ ଭ୍ୟାକ୍‌ସିନ୍‌ ମଧ୍ୟ ଶେଷ ପର୍ଯ୍ୟାୟ ପରୀକ୍ଷଣ ବେଳେ ଅଘଟଣ ହେବାରୁ ଏହାକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ପୁଣି ଶେଷ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.