ଖୋର୍ଦ୍ଧା ବଲାଙ୍ଗୀର ରାଜପଥରେ ଦୁର୍ଘଟଣା, ଆମ୍ବୁଲାନ୍ସ ସହ ବାଇକର ମୁହାଁମୁହିଁ ଧକ୍କା

କେନ୍ୟୁଜ (ବ୍ୟୁରୋ): ଦଶପଲ୍ଲା ନିକଟବର୍ତ୍ତୀ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରଂଗମାଟିଆ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫୁଲବାଣୀରୁ ଭୁବନେଶ୍ଵର ଯାଉଥିବା ଏକ ଆମ୍ବୁଲାନ୍ସ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକଟି ସଂପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ନିଆଁକୁ ଆୟତ କରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.