Below header

ପିପିଲିର ୭୦ ପ୍ରତିଶତ ସ୍କୁଲରେ ପ୍ରଶ୍ନପତ୍ର ଅଦଳବଦଳ, କଳାପଟାରୁ ପ୍ରଶ୍ନ ଦେଖି ଉତ୍ତର ଲେଖିଲେ ଛାତ୍ରଛାତ୍ରୀ

ପିପିଲି(କେନ୍ୟୁଜ୍): ବଦଳିଗଲା ପ୍ରଶ୍ନ ପତ୍ର । ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଗଲା ସପ୍ତମ ଶ୍ରେଣୀ ପ୍ରଶ୍ନପତ୍ର । ଆଉ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିଲା ଷଷ୍ଠ ଶ୍ରେଣୀ ପ୍ରଶ୍ନପତ୍ର । ଏପରି ଘଟଣା ଦେଖିବାକୁ ମିଳିଛି ପିପିଲି ଦାଣ୍ଡମୁକୁନ୍ଦପୁର ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲରେ । ପ୍ରଶ୍ନପତ୍ର ଅଦଳବଦଳ ହୋଇଥିବାରୁ ୧୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା ପରୀକ୍ଷା । କେବଳ ଏହି ଗୋଟିଏ ସ୍କୁଲ ନୁହଁ, ପିପିଲି ପୀତବାସ ଏମ୍‌ଇ ସ୍କୁଲରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି । ଯେତେ ପିଲା ପରୀକ୍ଷା ଦେଉଛନ୍ତି, ସେତିକି ପ୍ରଶ୍ନପତ୍ର ଆସିନାହିଁ । ତେଣୁ ବାଧ୍ୟ ହୋଇ ଶିକ୍ଷକ ଶିକ୍ଷୟିତ୍ରୀ କଳାପଟାରେ ପ୍ରଶ୍ନପତ୍ର ଲେଖିଦେଇଛନ୍ତି । କଳାପଟାରୁ ପ୍ରଶ୍ନ ଦେଖି ଉତ୍ତର ଲେଖୁଛନ୍ତି ଛାତ୍ରଛାତ୍ରୀ । ପିପିଲିର ୭୦ ପ୍ରତିଶତ ସ୍କୁଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.