ଜାଣନ୍ତୁ କାହିଁକି ନିଜ ଝିଅକୁ ସାଙ୍ଗରେ ଧରି ଝୁମ୍ପୁଡି ଘରକୁ ଗଲେ ଖିଲାଡୀ ଷ୍ଟାର ଅକ୍ଷୟ କୁମାର

ଅକ୍ଷୟ କୁମାର ନିକଟରେ ନିଜ ପୂରା ପରିବାର ସହିତ ଛୁଟି କାଟୁଥିବା ନଜର ଆସିଥିଲା। କିନ୍ତୁ ଏବେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କର ଏକ ଏମିତି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ ସହିତ ଝିଅ ନିତାରା ମଧ୍ୟ ସାଥିରେ ଥିବା ଦେଖିବାକୁ ମିଳୁଛି। ଅକ୍ଷୟ କୁମାର ନିଜେ ଫଟୋ ସେୟାର କରିଛନ୍ତି ଏବଂ ପୂରା ଘଟଣ ବିଷୟରେ ଜଣାଇଛନ୍ତି। ଅକ୍ଷୟଙ୍କ ଏହି ପୋଷ୍ଟକୁ ତାଙ୍କ ଫ୍ୟାନ ମାନେ ଖୁବ୍ ପସନ୍ଦ କରୁଛନ୍ତି।

ଫଟୋରେ ଆପଣାମନେ ଦେଖିପାରୁଥିବେ ଯେ ଅକ୍ଷୟ ନିଜ ଝିଅର ହାତ ଧରି ଏକ ଝୁମ୍ପୁଡି ଭିତରକୁ ଯାଉଛନ୍ତି। ସେହିପରି ଆଉ ଏକ ଫଟୋରେ ସେ ଝୁମ୍ପୁଡି ଘରେ ଥିବା ବୃଦ୍ଧା ଦମ୍ପତିଙ୍କ ସହିତ ଛିଡା ହୋଇଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ଅକ୍ଷୟ କିଛି କଥାକୁ ଲେଖିଛନ୍ତି ଯାହାକୁ ଦେଖି ତାଙ୍କ ଫ୍ୟାନମାନେ ଇମୋସନାଲ ହୋଇଯାଇଛନ୍ତି।

ଏହାସହ ପଢନ୍ତୁ : ଏହି ଫିଲ୍ମ ପାଇଁ ଉତ୍ତର ପ୍ରଦେଶ ପୋଲିସ ହାତରେ ଗିରଫ ହୋଇପାରନ୍ତି ରେମୋ ଡିସୁଜା, ନନ୍ ବେଲେବୁଲ ଓ୍ଵାରେଣ୍ଟ ଜାରୀ

ଅକ୍ଷୟ କୁମାର ଲେଖିଛନ୍ତି ‘ଆଜିର ମର୍ଣ୍ଣିଂ ଓ୍ଵାକ୍ ମୋ ଝିଅକୁ ଏକ ଶିକ୍ଷା ଦେଇଛି। ଆମେ ଦୁଇ ଜଣ ଏକ ଗରିବ ଦମ୍ପତିଙ୍କ ଘରକୁ ପାଣି ପିଇବାକୁ ଯାଇଥିଲୁ କିନ୍ତୁ ସେମାନେ ଆମକୁ ବହୁତ ସ୍ୱାଦିଷ୍ଟ ଗୁଡ-ରୁଟି ଖାଇବାକୁ ଦେଲେ। ବାସ୍ତବରେ ଦୟାଳୁ କାହାକୁ କୁହନ୍ତି ଏମାନଙ୍କ ଠାରୁ

twinkleନିକଟରେ ଅକ୍ଷୟ କୁମାର ସାରା ପରିବାରଙ୍କ ସହିତ ଲଞ୍ଚ ଟେବୁଲ ଉପରେ ବସିଥିବା ନଜର ଆସିଥିଲେ। ଏହି ଫଟୋରେ ଅକ୍ଷୟଙ୍କ ସମେତ ପତ୍ନୀ ଟ୍ଵିଙ୍କଲ ଖନ୍ନା, ପୁଅ ଆରବ କୁମାରଙ୍କ ସମେତ ଡିମ୍ପଲ କାପାଡିଆ ମଧ୍ୟ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.