RTO ବସନ୍ତ କୁମାର ମହାପାତ୍ରଙ୍କର ମେଞ୍ଚାଏ ଫ୍ଲାଟ୍‌, ୨ଟି ସପିଂ ଆଉଟଲେଟ୍

କୁବେର ଆରଟିଓଙ୍କ କୋଟି କୋଟି ଟଙ୍କାର ବଣ୍ଡ୍ ଡିପୋଜିଟ୍ । ବିଭିନ୍ନ ବ୍ୟାଙ୍କରେ ରହିଛି ଏକାଧିକ ଡିପୋଜିଟ୍ । ବୌଦ୍ଧ RTO ବସନ୍ତ କୁମାର ମହାପାତ୍ରଙ୍କ ରହିଛି ୩ କୋଟି ୭୫ ଲକ୍ଷ ଟଙ୍କାର ଜମା । ଭୁବେନଶ୍ବର ଆକ୍ସିସ୍ ବ୍ୟାଙ୍କରେ ୨.୧୧ କୋଟି, ଆଇସିଆଇସି ବ୍ୟାଙ୍କରେ ୪୪.୩୫ ଲକ୍ଷ ଟଙ୍କା, ଏସବିଆଇ ବ୍ୟାଙ୍କରେ ୩୯.୫୫ ଲକ୍ଷ ଟଙ୍କାର ଡିପୋଜିଟ୍ ରହିଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ଭିଜିଲାନ୍ସ ଜାଲରେ କୁବେର RTO ବସନ୍ତ ମହାପାତ୍ର। ରେଡ୍ ବେଳେ ବୌଦ୍ଧ RTOଙ୍କ ଅମାପ ସମ୍ପତ୍ତି ଠାବ । ଏ ଯାଏ ଠାବ ହେଲାଣି ୧୯ କୋଟି ସମ୍ପତ୍ତି । ଭୁବନେଶ୍ବର ଏକ୍ସିସ ବ୍ୟାଙ୍କରେ ୨ କୋଟି ୧୧ ଲକ୍ଷ ୭୯ ହଜାର ଟଙ୍କା, ଆଇସିଆଇସିଆଇ ବ୍ୟାଙ୍କରେ ୪୪ ଲକ୍ଷ ୩୫ ହଜାର, ଏସବିଆଇରେ ୩୯ ଲ୍କଷ ୫୫ ହଜାର ଜମା ରହିଛି । ଏନଏଚଆଇ କ୍ୟାପିଟାଲ୍ ଗେନ୍ ବଣ୍ଡରେ ୪୮ ଲକ୍ଷ ଟଙ୍କା ଖଟାଇଛନ୍ତି । ୩୧ ଲକ୍ଷ ୯୦ ହଜାର ଟଙ୍କାର ଇନସ୍ୟୁରାନ୍ସ ରହିଛି ।

ଭୁବନେଶ୍ବର କଳାରାହଙ୍ଗରେ ୫ ବିଏଚକେ ଫ୍ଲାଟ୍ ପାଇଁ ବସନ୍ତ କୁମାର ମହାପାତ୍ର ୧ କୋଟି ୩୫ ଳକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ । ସେହିପରି ବେଙ୍ଗାଲୁରୁରେ ଫ୍ଲାଟ୍ ପାଇଁ ଦେଇଥିଲେ ୮୮ ଲକ୍ଷ ଟଙ୍କା ଆଡଭାନ୍ସ । ରେଡ୍ ବେଳେ ମିଳିଛି ନଗଦ ୧ ଲକ୍ଷ ୧୬ ହଜାର ୭ଶହ ଟଙ୍କା । ଭୁବନେଶ୍ବର ପାହାଳରେ ଉତ୍କଳ ସିଗନେଚର ଓ କଳ୍ପନା ସ୍କୋୟାରର ଉତ୍କଳ ରୟାଲ ରେସିଡେନ୍ସୀରେ ରହିଛି ୨ଟି ଆପାର୍ଟମେଣ୍ଟ । ଯାହାର ମୂଲ୍ୟ ୨ କୋଟି ହେବ । ଏଥିସହ କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ରହିଛି ୨ଟି ସପିଂ ଆଉଟଲେଟ୍। ୨୫ ଶହ ବର୍ଗଫୁଟ ପରିମିତ ଆଉଟଲେଟର ମୂଲ୍ୟ ୨ କୋଟି ଆକଳନ କରାଯାଇଛି । ୨୬୦ ଗ୍ରାମ ସୁନା ବି ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.