ଆକ୍ସନ୍ ମୁଡରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ: ଶିଶୁ ଶ୍ରମିକ ରୋକିବା ପାଇଁ ଧରପଗଡ଼ ଆରମ୍ଭ
ବ୍ୟବସାୟୀକ ପ୍ରତିଷ୍ଠାନରେ ଏବେବି କାର୍ଯ୍ୟ କରୁଛନ୍ତି ମାଳମାଳ ଶିଶୁ ଶ୍ରମିକ । ଯାହାକୁ ନଜରରେ ରଖି ଆକ୍ସନ୍ ମୁଡରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ । ସୂଚନା ମୁତାବକ ନୟାଗଡ଼ ଜିଲ୍ଲାରେ ଶିଶୁ ଶ୍ରମିକ ରୋକିବା ପାଇଁ ଦଶପଲ୍ଲାରେ ଆରମ୍ଭ ହୋଇଛି ଧରପଗଡ଼।

ଦଶପଲ୍ଲା (କେନ୍ୟୁଜ): ୨୦୨୫ ସୁଦ୍ଧା ଓଡିଶା ହେବ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବା ସହ ଶିଶୁ ଶ୍ରମିକ ନିରୋଧ ଆଇନକୁ କଡାକଡି କରାଯାଇଛି। ଜିଲ୍ଲା ସ୍ତରରେ ଟାସ୍କଫୋର୍ସ ଗଠନ କରି ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୧୪ ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ। ଏଥିପାଇଁ ଜେଲ ଦଣ୍ଡ ଭଳି କଡା ନିୟମ ମଧ୍ୟ ରହିଛି।
ତେବେ ଏହାରି ଭିତରେ ଆରମ୍ଭ ହୋଇଯାଇଛି ଚଢାଉ । ଆଜ୍ଞା ହଁ କହିବାକୁ ଗଲେ ବ୍ୟବସାୟୀକ ପ୍ରତିଷ୍ଠାନରେ ଏବେବି କାର୍ଯ୍ୟ କରୁଛନ୍ତି ମାଳମାଳ ଶିଶୁ ଶ୍ରମିକ । ଯାହାକୁ ନଜରରେ ରଖି ଆକ୍ସନ୍ ମୁଡରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ । ସୂଚନା ମୁତାବକ ନୟାଗଡ଼ ଜିଲ୍ଲାରେ ଶିଶୁ ଶ୍ରମିକ ରୋକିବା ପାଇଁ ଦଶପଲ୍ଲାରେ ଆରମ୍ଭ ହୋଇଛି ଧରପଗଡ଼।
ଜାତୀୟ ଶିଶୁ ସୁରକ୍ଷା ଆୟୋଗ, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଦଶପଲ୍ଲା ଅଂଚଳରେ ଧରପଗଡ଼ କରୁଛି । ଗତ ୨ ଦିନଧରି ଏହି ଟିମ୍ ବିଭିନ୍ନ ହୋଟେଲ ଓ ବ୍ୟବସାୟୀକ ପ୍ରତିଷ୍ଠାନରେ ଚଢ଼ାଉ କରି ୩ ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରିବା ସହ କୌଣସି ଶିଶୁ ଶ୍ରମିକ ଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ରେ ମଧ୍ୟ ସଚେତନ କରିଥିବା ଦେଖିବାକୁ ମିଳିଛି ।
ଶ୍ରମ କ୍ଷେତ୍ରରୁ ଶିଶୁଙ୍କୁ ନିବୃତ୍ତ ରଖିବାକୁ ହେଲେ ସେମାନଙ୍କ ଶିକ୍ଷାଦାନ ନିହାତୀ ଜରୁରୀ। ଏନେଇ ଅଭିଭାବକ ମାନଙ୍କ ମଧ୍ୟରେ ସଚେତନତା ଯେତିକି ଜରୁରୀ ରହିଛି ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ସମାଜ ପ୍ରତି ଦାୟିତ୍ୱ ମଧ୍ୟ ସେତିକି ରହିଛି ।