ଗଭୀର ଖାଲରୁ ବନ୍ଧୁକୁ ବଞ୍ଚାଇଲେ ସାଙ୍ଗ, ଭାଇରାଲ ହେଉଛି ଭିଡିଓ

ବର୍ତ୍ତମାନ ଇଣ୍ଟରନେଟରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି । କାରଣ ଏହି ଭିଡିଓରେ କିଛି ଲୋକ ନିଜ ସାଙ୍ଗକୁ ମୃତ୍ୟୁ କବଳରୁ ରକ୍ଷା କରିଥିବା ଦେଖାଯାଇଛି ।

ଅନେକ ଥର ସୋସିଆଲ ମିଡିଆରେ ହୃଦୟ ବିଦାରକ ଘଟଣାର ଭିଡିଓଗୁଡ଼ିକ ସାମ୍ନାକୁ ଆସେ । ଏଭଳି ଭିଡିଓ ଦେଖିବା ପରେ ଲୋକମାନେ ନିଜକୁ ସମ୍ଭାଳି ପାରନ୍ତି ନାହିଁ । ତେବେ ବର୍ତ୍ତମାନ ଇଣ୍ଟରନେଟରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି । କାରଣ ଏହି ଭିଡିଓରେ କିଛି ଲୋକ ନିଜ ସାଙ୍ଗକୁ ମୃତ୍ୟୁ କବଳରୁ ରକ୍ଷା କରିଥିବା ଦେଖାଯାଇଛି । ଭାଇରାଲ୍ ଭିଡିଓ ଦେଖି ମୋବାଇଲ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଭଳି ଭିଡିଓ ଦେଖିବା ପରେ ସମସ୍ତେ ସେହି ସାଙ୍ଗମାନଙ୍କ ପ୍ରଶଂସା କରିଛନ୍ତି । ଏହି ଭାଇରାଲ ଭିଡିଓ ‘ହସନା ଜରୁରୀ ହେ’ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ସେୟାର କରାଯାଇଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ କାର ଗଭୀର ଖାଲରେ ପଡ଼ିବାକୁ ଯାଉଛି । ଏହା ଧୀରେ ଧୀରେ ତଳକୁ ଖସୁଥିବା ନଜର ଆସିଛି । ଏହି ସମୟରେ କିଛି ଲୋକ କାରରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । ବ୍ୟକ୍ତି ଜଣକ କାରରୁ ବାହାରିବାକୁ ଚେଷ୍ଟା କରୁଛନ୍ତି । ସାଙ୍ଗମାନଙ୍କ ସାହାଯ୍ୟରେ ବ୍ୟକ୍ତି କାରରୁ ବାହାରିଥିବା ଦେଖାଯାଇଛି । ବ୍ୟକ୍ତି ଉଦ୍ଧାର ହେବା ମାତ୍ରେ ସଙ୍ଗେ ସଙ୍ଗେ କାରଟି ଗଭୀର ଖାଲରେ ପଡ଼ିଯାଇଥିଲା । ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ସେହି ସାଙ୍ଗମାନଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ @ ହସନା ଜରୁରୀ ହେ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ଯାହାକୁ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଲୋକମାନେ କମେଣ୍ଟ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଏହା ହେଉଛି ବନ୍ଧୁତ୍ୱର ଶକ୍ତି’ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଆଶ୍ଚର୍ଯ୍ୟ ଭିଡିଓ’ । ଏହି ଭିଡିଓକୁ ନେଇ ଅନେକ ଲୋକ ନିଜର ଭିନ୍ନ ଭିନ୍ନ ମତ ରଖିଛନ୍ତି । ତେବେ ଭିଡିଓ ଦେଖିବା ପରେ ସାଧାରଣରେ ପ୍ରକାଶ ପାଇଛି ଯେ ଜୀବନରେ ବନ୍ଧୁ ଟିଏ ରହିବା ନିହାତି ଜରୁରୀ । ବନ୍ଧୁଟିଏ ଥିଲେ ଜୀବନର ସସସ୍ତ ବିପଦ ଦୂର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.