Below header

ଛତିଶଗଡ଼ରୁ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ ପ୍ରସଙ୍ଗ: ଓଡ଼ିଶାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ରେଳବାଇ ବୋର୍ଡ

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ରୁ ଆସୁଥିବା ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ  କରି ହେବ ନାହିଁ। ଓଡ଼ିଶାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ରେଳବାଇ ବୋର୍ଡ। ଛତିଶଗଡରୁ ଆସୁଥିବା କିମ୍ବା ଛତିଶଗଡ଼ ଦେଇ ଓଡ଼ିଶା ଆସୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କରିବାକୁ ଗତକାଲି ଚିଠି ଲେଖିଥିଲେ ମୁଖ୍ୟ ଶାସନ ସଚିବ।

ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି ଦେଖି ୧୦ ତାରିଖରୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଚିଠି ଲେଖାଯାଇଥିଲା। ରେଳବାଇ ବୋର୍ଡ ତରଫରୁ କୁହାଯାଇଛି, କେନ୍ଦ୍ର ଗୃହମନ୍ତ୍ରାଳୟ ଗାଇଡ ଲାଇନ୍‌ ମୁତାବକ ଟ୍ରେନ୍‌ ଚଳାଚଳ କରୁଛି। ତେଣୁ ଷ୍ଟେସନରେ ଯାତ୍ରୀଙ୍କ ଚେକିଂ ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.