Below header

ଆରଡି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ପଶିଲା ବର୍ଷା ପାଣି, ପ୍ରଶାସନ ପକ୍ଷରୁ ପମ୍ପ ଯୋଗେ ହେଉଛି ନିଷ୍କାସନ

ଚାନ୍ଦବାଲି: ରାଜ୍ଯରେ ଲାଗିରହିଛି ଲଗାଣ ବର୍ଷା । ଯାହାଫଳରେ ଅନେକ ସ୍ଥାନ ଜଳବନ୍ଦୀ । ସାଧାରଣ ଯାତାୟତରେ ଉପୁଯିଛି ସମସ୍ଯା। ଏହାଭିତରେ ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ମଧ୍ଯ ବର୍ଷା ପାଣି ପଶିଥିବା ଜଣାପଡିଛି ।

ବାବା ଶିବଗଙ୍ଗା ପୁଷ୍କରଣୀ ସମେତ ପାଖ ବୈତରଣୀ ନଦୀ ଫୁଲୁ ଥିବାରୁ ବର୍ଷା ପାଣି ମନ୍ଦିର ଗର୍ଭଗୃହରେ ପ୍ରବେଶ କରିଛି । ବର୍ଷା ପାଣିରେ ବାବା ଆଖଣ୍ଡଳମଣିଙ୍କ ବିଗ୍ରହ ବୁଡି ରହିଥିବା ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନ ପକ୍ଷରୁ ପମ୍ପ ଯୋଗେ ପାଣି ନିଷ୍କାସନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.