ଯାଜପୁର ଜଳେଶ୍ୱରପୁର ଗାଁରେ ଅଘଟଣ: କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର (କେନ୍ୟୁଜ) : କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜଳେଶ୍ୱରପୁର ଗାଁରେ ଘଟିଛି ଏହି ଅଘଟଣ। ମୃତ ଯୁବକ ହେଲେ ଏହି ଥାନା ପାଟପୁର ପଂଚାୟତ ବଡବାରିସାହି ଗ୍ରାମର ଭରତ ମଲିକଙ୍କ ପୁଅ ଜଗନ। ଜଗନ କିଛି ଦିନ ହେବ ଜଳେଶ୍ୱରପୁର ଠାରେ ଥିବା ସମ୍ପର୍କୀୟଙ୍କ ଘରେ ରହି ଟ୍ୟୁସନ କରୁଥିଲେ।

ତେବେ ହଠାତ ଆଜି ସକାଳୁ ଗାଁରୁ କିଛି ଦୂରରେ ଥିବା ଏକ କାଜୁ ବଗିଚାରେ ଜଗନର ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପଟେ ଜଗନକୁ ମାରି ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ପ୍ରେମ ବ୍ୟାପରକୁ ନେଇ ଏହି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.