ଭାରତରେ UBON ଲଞ୍ଚ କଲା ୱେୟାରଲେସ୍‌ ସ୍ପିକର, ୧୦ ଘଣ୍ଟା ପର୍ଯ୍ୟନ୍ତ ଶୁଣିପାରିବେ ନନ୍‌ଷ୍ଟପ ଗୀତ

ଆଜିକାଲି ବଡ ବକ୍ସ ଅପେକ୍ଷା ଛୋଟ ସ୍ପିକର ଦ୍ୱାରା ଲୋକେ ଗୀତ ଶୁଣିବାକୁ ବେଶୀ ପସନ୍ଦ କରନ୍ତି । କମ୍‌ ଓଜନ ହୋଇଥିବାରୁ ଏହାକୁ ବହୁତ ସହଜରେ ଗୋଟିଏ ସ୍ଥାନକୁ ଅନ୍ୟ ସ୍ଥାନକୁ ନେବାରେ ସୁବିଧା ହୋଇଥାଏ । ଏହି ସମୟରେ ଭାରତର ପ୍ରମୁଖ ଗ୍ୟାଜେଟ ପ୍ରସ୍ତୁତ କରୁଥିବା ବ୍ରାଣ୍ଡ ୟୁବାନ ଲଞ୍ଚ କରିଛି ଏସପି-୪୩ ଲାଇଟ ଅପ େଓ୍ଵଆରଲେସ ସ୍ପିକର ।

ୟୁବାନର ଏହି ସ୍ପିକରରେ ୧୨୦୦ ଏମଏଏଚର ବ୍ୟାଟେରୀ ରହିଛି , ଯାହାଦ୍ୱାରା ଆପଣ ଏହାକୁ ଥରେ ଚାର୍ଜ କରି ଅଧିକ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ । ଏହା ସହିତ ଏଥିରେ ଟିଏଫ କାର୍ଡ, ଏଫଏମ୍‌ ଏବଂ ୟୁଏସବି ପୋର୍ଟର ସର୍ପୋଟ ମଧ୍ୟ ଦିଆଯାଇଛି । ଏଥିରେ ୫.୦ ପାଓ୍ଵାରର ବ୍ଲୁଟୁଥ ରହିଛି ଯାହାର ରେଞ୍ଜ ପାଖାପାଖି ୧୦ ମିଟର ।

99

ତେବେ ୧୦ ଘଣ୍ଟା ପର୍ଯ୍ୟନ୍ତ ଏହି ସ୍ପିକର ବ୍ୟାଟେରି ବ୍ୟାକଅପ ଦେଇପାରିବ ବୋଲି କମ୍ପାନୀ ଦାବି କରିଛି । ଡବଲ ଏଲଇଡି ଆରଜିବି ଲାଇଟର ବେଲ୍ଟ ମଧ୍ୟ ରହିଛି । ଏହା ସହିତ ମଲ୍ଟି କଲର ଏଲଇଡି ଲାଇଟିଂ, କଣ୍ଟ୍ରୋଲ ସିଗଂଲ କଲର ତଥା ସ୍ପିକର ଅନ କରିବା ସମୟରେ ମଲ୍ଟି କଲର ଲାଇଟର ନୂଆ ଡିଜାଇନର ମଜା ନେଇ ପାରିବେ । ତେବେ ଏହି ସ୍ପିକରରେ ଆପଣ ଏଚଡି କ୍ୱାଲିଟିର ଅଡିଓ ପାଇ ପାରିବେ ବୋଲି କମ୍ପାନୀ ଦାବି କରିଛି ।

କେବଳ ସେତିକି ନୁହେଁ, ୟୁବାନ କମ୍ପାନୀର ଏହି ସ୍ପିକରରେ ପ୍ଲେ , ପୋଜ ଏବଂ ରିପିଟ ପାଇଁ ଭିନ୍ନ ଭିନ୍ନ ବଟନ ଦିଆଯାଇଛି । ୧୯୯୯ ଟଙ୍କାର ଏହି ସ୍ପିକରକୁ ଆପଣ ଇ-କର୍ମସ ପ୍ଲାଟର୍ଫମ ଜରିଆରେ ଅନଲାଇନ କିଣି ପାରିବେ । କମ୍ପାନୀ ଏହି ସ୍ପିକର ସହିତ ୬ ମାସର ଓ୍ଵାରେଣ୍ଟି ମଧ୍ୟ ଦେଉଛି । ସେହିପରି ନିକଟରେ ୟୁବାନ କମ୍ପାନୀ ଭାରତରେ ୨୯୯୯ ଟଙ୍କାର ୟୁବାନ ପିବି ଏକ୍ସ-୨୨ ପାଓ୍ଵାର ବ୍ୟାଙ୍କ ଲଞ୍ଚ କରି ସାରିଛି । ଯାହାର ମୂଲ୍ୟ ୨୯୯୯ ଟଙ୍କା ରହିଛି । ଏହାର କ୍ଷମତା ୧୦ ହଜାର ଏମଏଏଚ ହୋଇଥିବା ବେଳେ ଏଥିରେ ଦୁଇଟି ୟୁଏସବି ପୋର୍ଟ ସହିତ ୫୦୦ ଲାଇଫ ସାଇକେଲ୍ସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.