Below header

ସୁନ୍ଦରଗଡ଼: ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର ଘଟଣା, ଆତ୍ମହତ୍ୟା ନୁହେଁ ଶ୍ୱାସରୁଦ୍ଧ ଯୋଗୁ ହୋଇଛି ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୃତ୍ୟୁରହସ୍ୟ ଉପରୁ ହଟିଲା ପର୍ଦ୍ଦା। ଆତ୍ମହତ୍ୟା ନୁହେଁ ଶ୍ୱାସରୁଦ୍ଧ ଯୋଗୁ ହୋଇଛି ମୃତ୍ୟୁ। ଏନେଇ ଡାକ୍ତର ଜଗଦିଶ ଟପ୍ପୋ ସୂଚନା ଦେଇଛନ୍ତି। ରାଜଗାଙ୍ଗପୁର ଆଇଟି କଲୋନୀରେ ଗତକାଲି ବନ୍ଦ ଘର ଭିତରୁ ଗୋଟିଏ ପରିବାରର ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକମାନେ ହେଲେ ବାପା, ମାଆ ଓ ଦୁଇ ଛୁଆ । ଗତ ଗୁରୁବାରଠାରୁ ଘର ବନ୍ଦ ରହିଥିଲା। ତେବେ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲାଯାଇ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ ଖୋଳତାଡ ଜାରି ରହିତିଲା। ତେବେ ମୃତଦେହ ବ୍ୟବଛେଦ ପରେ ଶ୍ୱାସରୁଦ୍ଧ ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.