ଦରମାରୁ ଅଧିକ Income Tax ନ କଟୁ ବୋଲି ଚାହୁଁଥିଲେ, ଆଜି ହିଁ ଜମା କରନ୍ତୁ ଏ ସମସ୍ତ ଦସ୍ତାବିଜ୍‌

ବର୍ଷଶେଷରେ ସବୁ ଚାକିରିଆଙ୍କ ଗୋଟିଏ ସମସ୍ୟା ଥାଏ, ତାହା ହେଉଛି ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ। ଇନ୍‌ଟ୍ୟାକ୍ସ ନ ଦେଲେ ଅଧିକ ଜରିମାନା ଦେବା ଭୟ ଥିବା ବେଳେ ଦେଲେ ଦରମାରୁ ବଡ଼ ଅଂଶ କଟିଯାଏ। ଟ୍ୟାକ୍ସ ରିଟର୍ଣ୍ଣ କରିବାର ସଠିକ୍‌ ପ୍ରକ୍ରିୟା ଜାଣିନଥିବାରୁ ଅଧିକାଂଶ ଲୋକଙ୍କ ଦରମାର ଅଧା କେବଳ ଟ୍ୟାକ୍ସ ଦେବାରେ ଯାଏ। କିନ୍ତୁ କେତେକ ସାଧାରଣ କାଗଜପତ୍ର ମାଧ୍ୟମରେ ଆପଣ ଚାହିଁଲେ କମ୍‌ ଇନ୍‌କମ୍‌ ଟ୍ୟାକ୍ସ ଦେଇପାରିବେ।

ଯଦି ଆପଣ ଚାକିରି କରୁଛନ୍ତି ଓ ବର୍ଷକର ଦରମାର ଟ୍ୟାକ୍ସ ଆବଶ୍ୟକତା ଠାରୁ ଅଧିକ କଟୁଛି ତେବେ ଜାଣି ରଖନ୍ତୁ ଯେ କମ୍ପାନୀ ଜାନୁୟାରୀ ମାସରୁ ହିଁ ଦରମାରୁ ଅଧିକ ଟିଡିଏସ୍‌ କାଟିଥାଏ। ଏଭଳି ସ୍ଥିତିରେ ବିଭିନ୍ନ କମ୍ପାନୀରେ ଡିସେମ୍ବର-ଜାନୁୟାରୀରୁ ହିଁ ଏଚ୍‌ଆର ଓ ଆକାଉଣ୍ଟ ସେକ୍ସନ୍‌ ଆପଣଙ୍କ ଖର୍ଚ୍ଚର ତାଲିକା ପ୍ରସ୍ତୁତ କରିବାକୁ କହିଥାନ୍ତି। ଏଭଳି କରିବା ଦ୍ୱାରା ଯେଉଁ ଯେଉଁ ଖର୍ଚ୍ଚର ଆପଣ ହିସାବ ଦେଖାଇଥାନ୍ତି ଟ୍ୟାକ୍ସରେ ତାହାକୁ ସମାନ କରାଯାଏ।

ସୂଚନାଯୋଗ୍ୟ ଯେ, ଇନ୍‌କମ୍‌ ଟ୍ୟାକ୍ସ ଆକ୍ଟ ଅନୁସାରେ ଆପଣଙ୍କୁ ପ୍ରତିବର୍ଷ ଗୋଟିଏ ସୀମା ପର୍ଯ୍ୟନ୍ତ ଅର୍ଥ ଲଗାଣ ଉପରେ ଟ୍ୟାକ୍ସରୁ ମୁକ୍ତି ମିଳିଥାଏ। ସାଧାରଣ ଭାବେ ଅର୍ଥ ନିବେଶ ପାଇଁ ULIPs, ଜୀବନବୀମା, ସ୍ୱାସ୍ଥ୍ୟ ବୀମା, ELSS mutual funds, PPF ଜମା, ଗୃହ ଋଣ, ଏଜୁକେସନ୍‌ ଲୋନ୍‌, ଟ୍ୟୁସନ୍‌ ଫିସ୍‌, ଏଲ୍‌ଟିଏ ଓ ଏଚ୍‌ଆରଏ ସମ୍ବନ୍ଧୀୟ ଖର୍ଚ୍ଚର ତାଲିକା ପ୍ରସ୍ତୁତ କରିବାକୁ ପଡ଼ିଥାଏ।

ଆୟକର ଅଧିନିୟମର ଧାରା ୮୦(ସି) ଅନୁସାରେ, ଟ୍ୟାକ୍ସରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁୁ ଏସବୁ ଫଣ୍ଡରେ ନିବେଶ କରିଥିବା ନେଇ ପ୍ରମାଣ ପ୍ରସ୍ତୁତ କରିବାକୁ ପଡ଼ିପାରେ:

  • ଏଲ୍‌ଆଇସି ପ୍ରିମିୟମ୍‌ର ପେମେଣ୍ଟ ରସିଦ୍‌
  • ପବ୍ଲିକ ପ୍ରୋବିଡେଣ୍ଟ ଫଣ୍ଡ(PPF)ରେ ନିବେଶର ପ୍ରମାଣ
  • ଗୃହ ଋଣର ମୂଳ ରାଶି ଉପରେ ରି ପେମେଣ୍ଟର ରସିଦ
  • National Saving Certificate (NSC) ରେ ନିବେଶ ସହ ସମ୍ବନ୍ଧୀୟ ପ୍ରମାଣ
  • ଦୁଇ ଜଣ ପିଲାଙ୍କ ଟ୍ୟୁସନ୍‌ ଫିସ୍‌
  • ୫ ବର୍ଷରୁ ଊର୍ଦ୍ଧ୍ୱ ସମୟର FD ର ପ୍ରମାଣ
  • NPS ଏବଂ ସୁକନ୍ୟା ସମୃଦ୍ଧି ଯୋଜନାରେ ଅଂଶ ଦାନ କରିଥିବା ପ୍ରମାଣ
  • ନିଜ କିମ୍ବା ନିଜ ଆଶ୍ରିତଙ୍କ ପାଇଁ କରିଥିବା ULIPର ପ୍ରିମିୟମ୍‌ରେ ଅର୍ଥ ଦେଉଥିବା ପ୍ରମାଣ
  • ମ୍ୟୁଚୁଆଲ ଫଣ୍ଡ ଇଏଲ୍‌ଏସ୍‌ଏସ୍‌ରେ ନିବେଶ କରିବା ପ୍ରମାଣ

ତେବେ ଯଦି ଆପଣ ଏବେ ଯାଏଁ ପୂର୍ବ ଘୋଷଣା ମୁତାବକ ନିବେଶ କରିନାହାନ୍ତି ଓ ଅଧିକ ଇନ୍‌କମ୍‌ ଟ୍ୟାକ୍ସ କଟୁ ବୋଲି ଚାହୁଁନାହାନ୍ତି ତେବେ ତୁରନ୍ତ ନିବେଶ କରିଥିବା ଏ ସମସ୍ତ ଦସ୍ତାବିଜର ତାଲିକା ପ୍ରସ୍ତୁତ କରନ୍ତୁ, ନଚେତ୍‌ ଦରମାରୁ ଅଧିକ ଟଙ୍କା କଟିଯାଇପାରେ। ଏସବୁ ଦସ୍ତାବିଜ୍‌ ଜମା କରି ଆୟକର ରିଟର୍ଣ୍ଣ ଦେବା ପରେ ରିଫଣ୍ଡ ମିଳିବ। ଏଥିପାଇଁ କିଛି ମାସ ଲାଗିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.