ଦୈବୀ ଶକ୍ତି ନା ଆଉ କିଛି ? ଏମିତି ଏକ ଦେଶ ଯେଉଁଠି ୧୦୦ ବର୍ଷ ଧରି ହେଉଛି ମାଛ ବର୍ଷା

ଆକାଶରୁ ପାଣି, ବରଫ, କୁଆ ପଥର ବର୍ଷା ହେଉଥିବା କଥା ଆପଣ ମାନେ ନିଶ୍ଚିତ ରୂପେ ଦେଖିଥିବେ । କିନ୍ତୁ କେବେ କଣ ଆକାଶରୁ ମାଛ ବର୍ଷା ହେଉଥିବା କଥା ଶୁଣିଛନ୍ତି କି ? ଏବାବଦରେ ଆପଣଙ୍କ ଉତ୍ତର ନିଶ୍ଚିତ ରୂପେ ନାଁ ହେବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୃଥିବୀ ପୃଷ୍ଠରେ ଏମିତି ବି ସ୍ଥାନ ଅଛି ଯେଉଁଠି ମାଛ ବର୍ଷା ହୋଇଥାଏ । ଏଠି ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୦୦ ବର୍ଷ ଧରି ମାଛ ବର୍ଷା ହେଇଆସୁଛି । କେବେ କେବେ ବର୍ଷରେ ଥରେ ମାଛ ବର୍ଷା ହେଉଥିବା ବେଳେ କେବେ କେବେ ଏହି ଘଟଣା ଦୁଇ ଥର ମଧ୍ୟ ଘଟିଥାଏ । ଏହି ଅଦ୍ଭୁତ ଘଟଣା ଘଟୁଥିବା ଦେଶ ହେଉଛି ହଣ୍ଡୁରାସ । ମେକ୍ସିକୋ ପାଖରେ ହିଁ ଏହି ଦେଶ ଅବସ୍ଥିତ ।

fish rain

ଏହି ଅଜବ ଅଦ୍ଭୁତ ଘଟଣା ବର୍ଷର ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମ ଋତୁ ଆରମ୍ଭ ସମୟରେ ହିଁ ଘଟିଥାଏ । ବୈଜ୍ଞାନିକ ମାନେ ଏନେଇ ଭିନ୍ନ ମତ ରଖୁଥିବା ବେଳେ ସ୍ଥାନୀୟ ବାସିନ୍ଦା କିନ୍ତୁ ଈଶ୍ୱରଙ୍କ ଦାନ ବୋଲି କହନ୍ତି । ଆଟ୍ଲାଣ୍ଟିକ ସାଗର ଠାରୁ ୨୦୦ ମିଟର ଦୂରରେ ହିଁ ହଣ୍ଡୁରାସ ଅବସ୍ଥିତ । ବୈଜ୍ଞାନିକ ମାନେ ମାଛ ବର୍ଷା ପଛର କାରଣ ଆଟଲାଣ୍ଟିକ ସାଗର ବୋଲି କହୁଛନ୍ତି । କିନ୍ତୁ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକେ ଏହାକୁ ଭଗବାନଙ୍କ ଚମତ୍କାର ବୋଲି ବିଶ୍ୱାସ କରନ୍ତି । ହଣ୍ଡୁରାସ ଲୋକେ ମାଛ ବର୍ଷା ନେଇ ଏକ ଅଜବ ଯୁକ୍ତି ମଧ୍ୟ ରଖନ୍ତି । ସେମାନଙ୍କ ଅନୁଯାୟୀ ୧୯ଶ ଶତାବ୍ଦୀରେ ଏଠିକା ବାସିନ୍ଦାଙ୍କ ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲା । ଯେଉଁ କାରଣରୁ ଅନେକ ଲୋକେ ଭୋକ ଉପାସରେ ମୃତ୍ୟୁ ବରଣ କରୁଥିଲେ ।

fish rain

ସେଠାକାର ଜଣେ ସ୍ପେନିସ ପାଦ୍ରୀ କିନ୍ତୁ ଏପରି ଘଟଣାକୁ ଜମା ବି ସହି ପାରିନଥିଲେ । ଏଠାକାର ଗରିବ ମାନଙ୍କ ଅବସ୍ଥା ସୁଧାରିବା ପାଇଁ ସେ ଲଗାତାର ୩ ଦିନ ୩ ରାତି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କୁହାଯାଏ କି ପାଦ୍ରୀଙ୍କ ପ୍ରାର୍ଥନା କାରଣରୁ ହିଁ ଅଞ୍ଚଳରେ ଅନ୍ଧାର ଛାଇଯାଇଥିଲା । ଏହା ସହ ହଟାତ ଆକାଶରୁ ମାଛ ବର୍ଷା ହେବାକୁ ଲାଗିଥିଲା । ସେବେ ଠାରୁ ହିଁ ପ୍ରତିବର୍ଷ ଏହି ଚମତ୍କାର ଘଟଣା ଘଟିଆସୁଛି । କୁହାଯାଏ କି ମାଛ ବର୍ଷା ହେବା ପୂର୍ବରୁ ଏଠାରେ ମୁଷଳଧାରାରେ ବର୍ଷା ହୁଏ ଓ ଖୁବ ଜୋରରେ ବିଜୁଳି ମାରେ । ଏହି ସମୟରେ କେହି ବାହାରକୁ ବାହାରିବା ପାଇଁ ସାହସ କରିନଥାନ୍ତି ।

ବର୍ଷା କମିଗଲେ ଲୋକେ ନିଜ ଘରୁ ବାଲ୍ଟି, ପାତ୍ର ଆଦି ନେଇ ସଡକ ଉପରେ ପଡିଥିବା ମାଛ ଗୋଟାଇବାରେ ଲାଗିପଡନ୍ତି । ବର୍ଷକୁ ଥରେ କି ଦୁଇ ଥର ଲୋକେ ପ୍ରଚୁର ପରିମାଣରେ ମାଗଣା ମାଛ ପାଉଥିବାରୁ ସେମାନଙ୍କ ଖୁସିର ସୀମା ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.