Below header

ଭଦ୍ରକ ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ(କେନ୍ୟୁଜ୍) : ଏଥର ବିଜେପି ଫୋକସ୍‌ରେ ଉତ୍ତର ଓଡ଼ିଶା । ଭଦ୍ରକ ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ । ବାସୁଦେବପୁରର ରକ୍ତତୀର୍ଥ ଇରମରେ ପହଞ୍ଚି ସେଠାରେ ଥିବା ସହିଦ୍‌ଙ୍କ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହାପରେ ଭଦ୍ରକାଳୀ ମନ୍ଦିର ଯାଇ ଦର୍ଶନ କରିଛନ୍ତି ରାଜନାଥ । ଏଠାରୁ ରାଣୀତାଳରେ ଆୟୋଜିତ ବିଜେପିର ବୁଥ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀରେ ଉଦବୋଧନ ଦେବେ ରାଜନାଥ ସିଂହ । ଏଥିରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରୁ ଦଳର ସମସ୍ତ ବୁଥ କର୍ମକର୍ତ୍ତା ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୫ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.