ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲେଶ୍ୱର(କେନ୍ୟୁଜ୍) : ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ। ବାଲେଶ୍ୱର ବାଲିଆପାଳ ବ୍ଲକ୍ ଡାଙ୍ଗପିଟା ଗାଁର ହରେକୃଷ୍ଣ ବିଶ୍ୱାଳଙ୍କ ପୁଅ ମନୋରଞ୍ଜନ ୩ମାସ ପୂର୍ବେ ହାଇଦ୍ରବାଦ ଯାଇଥିଲେ । ସନ୍ତୋଷ ପଢ଼ିଆରୀ ନାମକ ଜଣେ ଠିକାଦାର ତାଙ୍କୁ କାମ ଦେବାକୁ କହି ହାଇଦ୍ରାବାଦ ନେଇଥିଲେ । ହେଲେ ୩ ମାସ ପର୍ୟ୍ୟନ୍ତ ତାଙ୍କୁ ଦରମା ନଦେବାରୁ ଠିକାଦାରଙ୍କ ସହ ତାଙ୍କର ଝଗଡା ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଠିକାଦାର ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ତେବେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ଘରକୁ ଫୋନ ଆସିଥିଲା। ଠିକାଦାର ସନ୍ତୋଷ ପଢ଼ିଆରୀ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏତଲା ରଖୁନଥିବା ଅଭିଯୋଗ ହୋଇଛି।