Below header

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନାନ୍ଦକଣା ଗାଁରେ ଗୁହାଳରେ ପଶି ଗାଈକୁ ଖାଇଦେଲା ବାଘ

କଳାହାଣ୍ଡି(କେନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ବାଘ ଆତଙ୍କ। ନାନ୍ଦକଣା ଗାଁରେ ଗୁହାଳରେ ପଶି ଗାଈକୁ ଖାଇଦେଲା ବାଘ । ଆଜି ସକାଳେ ମହେଶ୍ୱର ନାଗ ନାମକ ଜଣେ ବ୍ୟକ୍ତି ଗୁହାଳରେ ଏକ ଗାଇ ମରିପଡିଥିବା ଦେଖିବାକୁ ପାଇଥିଲେ। ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ୧୫ ଦିନ ତଳେ ଲେହେଡା ଗାଁର ୨ଟି ଛେଳି ଓ ବାତୁଆ ଗାଁରେ ଛେଳି ଓ ଗାଇକୁ ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଗୁଣ୍ଡୁରି ପଞ୍ଚାୟତର ୧୧ଟି ଗାଁର ଲୋକେ ଭୟଭୀତ ହୋଇ ରହିଛନ୍ତି। ବନବିଭାଗ କର୍ମଚାରୀମାନେ ଗାଁକୁ ଯାଇ ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.