କିଟ୍ ବିଶ୍ଵବିଦ୍ୟାଳୟ ପରିସରରେ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ- ୨୦୨୪ ଉଦଯାପିତ

ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ- ୨୦୨୪ ଉଦଯାପିତ । ଭୁବନେଶ୍ବର କିଟ୍ ବିଶ୍ଵବିଦ୍ୟାଳୟ ପରିସରରେ ତିନି ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ ଦେଶର ୨୫ଟି ରାଜ୍ୟର କେନ୍ଦ୍ରୀୟ ବିଦ୍ୟାଳୟର ୪୦୦ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ- ୨୦୨୪ ଉଦଯାପିତ । ଭୁବନେଶ୍ବର କିଟ୍ ବିଶ୍ଵବିଦ୍ୟାଳୟ ପରିସରରେ ତିନି ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ ଦେଶର ୨୫ଟି ରାଜ୍ୟର କେନ୍ଦ୍ରୀୟ ବିଦ୍ୟାଳୟର ୪୦୦ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଆଜି ଉଦଯାପନୀ ଉତ୍ସବରେ ଭୁବନେଶ୍ବର ସିଏସ୍ ଆଇଆର-ଆଇଏମ୍ ଏମ୍ ଟିର ନିର୍ଦ୍ଦେଶକ ଡ଼ ରାମାନୁଜ ନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଯେ, ତୁମେ ମାନେ ଆଗାମୀ ଦିନର ଜଣେ ଜଣେ ଯୁବ ବୈଜ୍ଞାନିକ ତୁମ ପାଇଁ ଦେଶ ଯେମିତି ଗର୍ବ କରିବ ସେଥିପାଇଁ ଭଲ ପଢ଼ି ଦେଶର ନା ରଖିବା ଦରକାର ବୋଲି ସେ କହିଛନ୍ତି । ୭ଟି ଥିମକୁ ନେଇ ଚାଲିଥିବା ଏହି ପ୍ରଦର୍ଶନୀରେ ସ୍ୱତନ୍ତ୍ର ଭାବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ମିଲେଟ ଥିମ ମଧ୍ୟ ସାମିଲ ଥିଲା । ଏହି ସବୁ ଥିମରେ ନିଜର ପ୍ରୋଜେକ୍ଟ ପ୍ରସ୍ତୁତ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରତି ଶ୍ରେଷ୍ଠ ତିନି ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କିଟ୍ ବିଶ୍ଵବିଦ୍ୟାଳୟର ସମସ୍ତ ପ୍ରକାର ସହଯୋଗ ସାହାଯ୍ୟ ପାଇଁ କିଟ୍ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଓ କିଟ୍ କିସ୍ କ୍ରୀଡ଼ା ନିର୍ଦ୍ଦେଶକ ଡ଼କ୍ଟର ଗଗନେନ୍ଧୁ ଦାସଙ୍କୁ ଧନ୍ୟବାଦ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.