Below header

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ମେ ୩୧ ଯାଏ ଚାଲିବ ନାମାଙ୍କନ ଦାଖଲ

ଭୁବନେଶ୍ୱର(କେନ୍ୟୁଜ୍‌):ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୩ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ବିଦ୍ଧିବଦ୍ଧ ଭାବେ ଆରମ୍ଭ ହେବ। ମେ ୩୧ ତାରିଖ ଯାଏ ଚାଲିବ ନାମାଙ୍କନ ଦାଖଲ। ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ଦଳ ସୁପ୍ରିମୋ ସଠିକ ସମୟରେ ନିଷ୍ପତ୍ତି ନେବେ । ସଠିକ ସମୟରେ ପ୍ରାର୍ଥୀ ଚୟନ ସହ ନାମାଙ୍କନ ଭରିବେ ।

ରାଜ୍ୟସଭା ରେସ୍‌ରେ ମହିଳାଙ୍କୁ ମିଳିପାରେ ଗୁରୁତ୍ୱ । ସବୁ ନିର୍ବାଚନରେ ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଇଆସିଛି । ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌. ଭାସ୍କର ରାଓ ଓ ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଛି। ଜୁନ୍‌ ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଜୁନ୍‌ ୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଜୁନ ୧୦ରେ ହେବ ନିର୍ବାଚନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.