୧୬ ଦେଶକୁ ବ୍ୟାପିଲା ମଙ୍କିପକ୍ସ: ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ୟୁରୋପରେ ରେଡ ଆଲର୍ଟ ଜାରି

କେନ୍ୟୁଜ୍(ବ୍ୟୁରୋ): ୧୬ ଦେଶକୁ ବ୍ୟାପିଲା ମଙ୍କିପକ୍ସ। ମଙ୍କପକ୍ସ ସଂକ୍ରମଣକୁ ନେଇ ବିଶ୍ୱବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି। ୧୫ ଦିନ ମଧ୍ୟରେ ଏହା ୧୬ଟି ଦେଶକୁ ବ୍ୟାପିଲାଣି। ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ୟୁରୋପରେ ରେଡ ଆଲର୍ଟ ଜାରି ହୋଇଛି। ଏହାର ମୁକାବିଲା ପାଇଁ ଯଥାଶୀଘ୍ର ଟିକାକରଣ ରଣନୀତି ପ୍ରସ୍ତୁତ ଲାଗି ୟୁରୋପୀୟ ସଂଘର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ ପରାମର୍ଶ ଦେଇଛନ୍ତି।

ୟୁରୋପୀୟ ଦେଶଗୁଡ଼ିକୁ ଏହି ରଣନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି। ମଙ୍କିପକ୍ସ ରୋଗୀଙ୍କ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରଭାବୀ ଟିକା ବାହାର କରାଯାଇ ନାହିଁ । ବସନ୍ତ ଟିକା ଏଥିପାଇଁ ୮୫ ପ୍ରତିଶତ ପ୍ରଭାବୀ ଓ ଏହ ସଂକ୍ରମଣ ରୋକିପାରିବ ବୋଲି କୁହାଯାଉଛି। ବ୍ରିଟେନରେ ୨୦ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ଟିକାକରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.