Below header

ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି ମା’ ରାମଚଣ୍ଡୀଙ୍କ ହାଣ୍ଡିଭଙ୍ଗା ଯାତ୍ରା

କୋଣାର୍କ ପୁରୀ ବେଳାମାର୍ଗର କୁଶଭଦ୍ରା ନଦୀ ମୁହାଣ ନିକଟରେ ପୂଜା ପାଉଛନ୍ତି ମା’ ରାମଚଣ୍ଡୀ। କିମ୍ବାଦନ୍ତୀ କୁହେ ପ୍ରଭୁ ରାମଚନ୍ଦ୍ର ଲଙ୍କାକୁ ସେତୁବନ୍ଧ ନିର୍ମାଣ କରିବା ସମୟରେ ମା’ ଙ୍କୁ ଏଠାରେ ପ୍ରତିଷ୍ଠା କରିଥିଲେ। ମା’ ଙ୍କର ବାର ମାସରେ ତେରପର୍ବ ପାଳନ ହେଉଥିବା ବେଳେ ବୈଶାଖ ମାସର ଶୁଳ୍କପକ୍ଷ ଶେଷ ଗୁରୁବାର ଦିନ ପାଳିତ ହୋଇଥାଏ ପୁରାଣ ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ୍ରା।

ମା’ ରାମଚଣ୍ଡୀଙ୍କ ପୁରାଣ ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ୍ରା । ବର୍ଷେ କି ଦୁଇ ବର୍ଷ ନୁହେଁ ଶହ ଶହ ବର୍ଷ ଧରି ମା’ ରାମଚଣ୍ଡୀଙ୍କ ପାଖରେ ଅନୁଷ୍ଠିତ ହୋଇ ଆସୁଛି ହାଣ୍ଡିଭଙ୍ଗା ଯାତ୍ରା। ବୈଶାଖ ମାସର ଶେଷ ଗୁରୁବାର ଏହି ଯାତ୍ରା ହେଉଥିବା ବେଳେ ଯାତ୍ରାରେ ମାନସିକ ରଖିଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଯାତ୍ରା ରେ କେବଳ ମହିଳା ମାନେ ସାମିଲ ହୋଇଥାନ୍ତି।

ରାମଚଣ୍ଡୀ ନିକଟ ଖାଲକାଟା ପାଟଣା ଓ ଟିକନା ଗ୍ରାମର ମହିଳା ଭୋରରୁ ନୂଆବସ୍ତ୍ର ପରିଧାନ କରି ଗ୍ରାମଦେବତୀ ଙ୍କୁ ମୁଣ୍ଡିଆ ମାରି ଘରୁ ବାହାରି ଆସିଥାନ୍ତି ମାଙ୍କ ପିଠକୁ ଏବଂ ସାଥିରେ ନେଇ ଆସିଥାନ୍ତି ଅରୁଆ ଚାଉଳ ନଡ଼ିଆ କ୍ଷୀର ଆଦି।ପୀଠରେ ପହଁଚିଲା ପରେ ବେଢାରେ ଚୁଲି ସବୁ ତିଆରି କରି ମାଟିହାଣ୍ଡି ରଖି ସାଙ୍ଗରେ ଆଣିଥିବା ଦ୍ରବ୍ୟକୁ ସେଥିରେ ରଖିଥାନ୍ତି। ମାଙ୍କ ପୂଜକ ରୋଷଘରୁ ଅଗ୍ନି ଆଣି ଚୁଲିରେ ସଂଯୋଗକରିଥାନ୍ତି।ମାନସିକ ଧାରୀ ମହିଳାମାନେ ରୋଷେଇ ସାରିବା ପରେ ବାଘବାଘୁଣୀ ଙ୍କ ପାଇଁ ରଖିବା ପରେ ବଳକା ପ୍ରାସାଦକୁ ଭୋଜନ କରିଥାନ୍ତି ।

ଶେଷରେ ପୂଜକ ଓ ମାନସିକଧାରୀ ମହିଳାମାନେ ମାଙ୍କ ପୀଠରୁ ହାଣ୍ଡିଧରି ବାହାରନ୍ତି ନିକଟରେ ଥିବା ହାଣ୍ଡିଭଙ୍ଗା ବାଲି ବନ୍ତକୁ।ସେଠାରେ ପହଂଚି ବାଲିବନ୍ତରେ ସାତଘେରା ବୁଲିଲା ପରେ ହାଣ୍ଡିସବୁ ଭାଙ୍ଗନ୍ତି।ଭାଙ୍ଗି ସରିଲା ପରେ ଏକମୁହାଁ ହୋଇ ଘରକୁ ଫେରନ୍ତି। ଯାହାର ହାଣ୍ଡି ନ ଭାଙ୍ଗେ ପରିବାରରେ ଅମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ଯାତ୍ରା ନେଇ ମାଙ୍କ ପୀଠରେ ପ୍ରତିଥର ଆଧ୍ୟାତ୍ନିକ ପରିବେଶ ସୃଷ୍ଟି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.