Below header

ଆଜିଠାରୁ ଆରମ୍ଭ ହେଉଛି ରମଜାନ ମାସ, ରୋଜା ରଖିବେ ମୁସଲମାନ ଭାଇ ଭଉଣୀ

ଆଜିଠାରୁ ପବିତ୍ର ରମଜାନ୍ । ରମଜାନ ମାସ ପାଳିବେ ମୁସଲିମ ଧର୍ମାବଲମ୍ବୀ । ରାତିରୁ ତରାବୀ ପାଠ ସହ ଆରମ୍ଭ ହୋଇଛି ଏକ ମାସର ପବିତ୍ର ରମଜାନ। ଇସଲାମ ଧର୍ମରେ ରମଜାନ ମାସ ଏକ ପବିତ୍ର ଓ ଧାର୍ମିକ ମାସ। ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ଏହା ଏପ୍ରିଲ ୯ରେ ସରିବ ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠାରୁ ପବିତ୍ର ରମଜାନ୍ । ରମଜାନ ମାସ ପାଳିବେ ମୁସଲିମ ଧର୍ମାବଲମ୍ବୀ । ରାତିରୁ ତରାବୀ ପାଠ ସହ ଆରମ୍ଭ ହୋଇଛି ଏକ ମାସର ପବିତ୍ର ରମଜାନ। ଇସଲାମ ଧର୍ମରେ ରମଜାନ ମାସ ଏକ ପବିତ୍ର ଓ ଧାର୍ମିକ ମାସ। ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ଏହା ଏପ୍ରିଲ ୯ରେ ସରିବ । ଏହି ସମୟ ମଧ୍ୟରେ ରମଜାନ ମାସ ସାରା ମୁସଲମାନ ଭାଇ ଓ ଭଉଣୀ ମାନେ ଦିନ ତମାମ ଉପବାସ ରହି ବ୍ରତ ପାଳନ କରନ୍ତି, ଏହାକୁ ‘ରୋଜା’ କୁହାଯାଏ । ଓଡିଶାରେ ମଧ୍ୟ ରମଜାନ ମାସର ଆରମ୍ଭ ନେଇ ଅଞ୍ଜୁମନ୍ ଇସଲାମିଆ ଆହଲେ ସୂନ୍ନତ ଓ ଜମାତ୍ ଓଡ଼ିଶା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରମଜାନ ମାସର ଆରମ୍ଭ ନେଇ ସ୍ପଷ୍ଟ କରିଥିଲେ ଲକ୍ଷ୍ନୌ ଚାନ୍ଦ କମିଟି।

ଉପବାସ କରୁଥିବା ଲୋକମାନେ ଏକ ମାସ ଧରି ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ ପାଳନ କରଥାଆନ୍ତି । ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ଏକାଠି ହୋଇ ମୁସଲମାନ ଭାଇମାନେ ସମୂହ ନମାଜ ପାଠ କରିଥାନ୍ତି।  ବ୍ରତ ଶେଷରେ ସନ୍ଧ୍ୟା ବେଳେ ‘ଇଫତାର’ ପାଳନ କରାଯାଏ। ଏହି ମାସଟି ଭଲ କାର୍ଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ବୋଲି କୁହାଯାଏ । ରମଜାନ ମାସ ସାରା ଉପବାସ ରହି ଦିନକୁ ୩ ଥର ନମାଜ ପାଠ କରିବା ସହ ନିଜ ପରିବାର ତଥା ଜଗତର ମଙ୍ଗଳ କାମନା କରିଥାଆନ୍ତି ମୁସଲମାନ ସମ୍ପ୍ରଦାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.