ରାଜ୍ୟରେ ଆହୁରି ବଢିବ ତାତି : ପାରଦ ଛୁଇଁବ ୪୦ ଡିଗ୍ରୀ

ବଢିବ ତାତି । ଅସହ୍ୟ ଖରା ଓ ଗରମ କରିବ କଲବଲ । ପାରଦ ଛୁଇଁବ ୪୦ ଡିଗ୍ରୀ । ୧୩ତାରିଖରେ ଅଧା ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଗାମୀ ୨ ଦିନ ଯାଏ ଦିନର ତାପମାତ୍ରା ୪ରୁ ୬ଡିଗ୍ରୀ ବୃଦ୍ଧି ପାଇବ ।

ଭୁବନେଶ୍ୱର (କେନ୍ୟୁଜ): ବଢିବ ତାତି । ଅସହ୍ୟ ଖରା ଓ ଗରମ କରିବ କଲବଲ । ପାରଦ ଛୁଇଁବ ୪୦ ଡିଗ୍ରୀ । ୧୩ତାରିଖରେ ଅଧା ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଗାମୀ ୨ ଦିନ ଯାଏ ଦିନର ତାପମାତ୍ରା ୪ରୁ ୬ଡିଗ୍ରୀ ବୃଦ୍ଧି ପାଇବ । ରାତି ତାପମାତ୍ରାରେ ବି ୨ରୁ ୪ଡିଗ୍ରୀ ବଢିବ। ବାୟୁମଣ୍ଡଳ ଶୁଷ୍କଥିବାରୁ ଖରାର ତେଜ ସିଧାସଳଖ ପଡ଼ି ତାପମାତ୍ରା ବୃଦ୍ଧି ପାଇବ ବୋଲି କୁହାଯାଇଛି।

ଆଗାମୀ କିଛି ଦିନ ଧରି ପାଣିପାଗରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଗତକାଲି ରାଜ୍ୟରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୭. ୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ଭବାନୀପାଟଣା, ମାଲକାନଗିରି ଓ ସୋନପୁରରେ ସର୍ବାଧିକ ତାପମାତ୍ରା ରହିଥିଲା ୩୭ ଡିଗ୍ରୀ । ଏପଟେ ୧୬ ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.