ନିର୍ମାଣର ଦୁଇମାସ ପରେ ଭୁଶୁଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରି

ପାଚେରିର ସମସ୍ୟାକୁ ନେଇ ବାରମ୍ବାର ବିଏମସି ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ରମାଦେବୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କିନ୍ତୁ କେହି  ଏହାକୁ କର୍ଣ୍ଣପାତ କରିନଥିଲେ। ଯାହା ଫଳରେ ଆଜି ଏମିତି ଘଟଣା ଘଟିଲା

ଭୁବନେଶ୍ବର(କେନ୍ୟୁଜ୍): ଭୁଶୁଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରି । ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି । ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । ଦୁଇ ମାସ ତଳେ ନିର୍ମାଣ ହୋଇଥିଲା ଏହି ପାଚେରି । ଭେଣ୍ଡିଂ ଜୋନ ଗୁଡ଼ିକର ପାଣିକୁ ସେହି ପାଚେରି ସଇଡକୁ ଛଡାଯାଇଥିଲା।

ଯାହା ଫଳରେ ପାଚେରି ତଳଟି ସନ୍ତ ସନ୍ତିଆ ରହୁଥିଲା। ଆଉ ପାଚେରିଟି ଭୁଶୁଡି ପଡିଲା । ପାଚେରିର ସମସ୍ୟାକୁ ନେଇ ବାରମ୍ବାର ବିଏମସି ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ରମାଦେବୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କିନ୍ତୁ କେହି  ଏହାକୁ କର୍ଣ୍ଣପାତ କରିନଥିଲେ। ଯାହା ଫଳରେ ଆଜି ଏମିତି ଘଟଣା ଘଟିଲା ବୋଲି ରମାଦେବୀ ବିଶ୍ବବିଦ୍ୟାଳୟର ଉପକୂଳପତି ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.