Below header

ଗରିବ ଅସହାୟଙ୍କୁ ସହାୟତା ଯୋଗାଇ ପୁଣିଥରେ ଚର୍ଚ୍ଚାରେ ରାନୀ ପଣ୍ଡା, ହେବାକୁ ଚାଁହୁଛନ୍ତି ଜଣେ ଭଲ ସମାଜସେବୀ

ପୁଣିଥରେ ଚର୍ଚ୍ଚାରେ ରାନୀ ପଣ୍ଡା । ଯାତ୍ରା ଏବଂ ଓଲିଉଡର କଳାକାର ରାନୀ ପଣ୍ଡାଙ୍କ ଗରିବ ଅସହାୟଙ୍କୁ ସହାୟତା ଯୋଗାଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି l ଆଜି ସକାଳୁ ସକାଳୁ କଟକ ଜିଲ୍ଲା ମାହାଙ୍ଗା ଅଂଚଳର ଜହଳ ଗ୍ରାମରେ ପହଂଚି ଅଗ୍ନିବିପନ ପରିବାରଙ୍କୁ ନୂତନ ବସ୍ତ୍ର ସହିତ ରାସନ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହାପରେ ଅନ୍ୟ ଗରିବ ଓ ଅସହାୟ ଲୋକଙ୍କୁ ଭେଟି ତାଙ୍କ ଦୁଃଖ କଥା ପଚାରି ବୁଝିବା ସହିତ ଆର୍ଥିକ ସାହାଯ୍ୟ କରିଥିଲେ l ଏପରିକି ବନ୍ୟା ପାଣି ପଶିଥିବା କାଣ୍ଟିକିଆରୀ ଅଂଚଳକୁ ଯାଇ ବନ୍ୟା ବିପନ୍ନ ପରିବାର ପିଲାଙ୍କୁ ବିସ୍କୁଟ ,କୁରକୁରି ଓ ଚକଲେଟ ଦେଇଥିଲେ l ଏହାପରେ ସେ କେନ୍ଦ୍ରାପଡା ଗସ୍ତ କରିଥିଲେ l

ତେବେ ବଡ କଥା ହେଲା ରାନୀ ଗତ କିଛି ମାସତଳେ ଯାତ୍ରା ଦୁନିଆରେ ଯେଉଁ ଚର୍ଚ୍ଚାର ବିଷୟ ପାଲଟିଲେ ତାହାପରେ ସାରା ଓଡିଶା ସମେତ ଅନ୍ୟ ରାଜ୍ୟ ବାସୀ ରାନୀ ପଣ୍ଡାଙ୍କୁ ଚିହ୍ନିଥିଲେ l ରାନୀ ଏବେ ଜଲିଓଡ କିମ୍ବା ଓଲିଉଡକୁ ଆଉ ମନ ଦେଉନାହାନ୍ତି ବରଂ ବଲିଉଡ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି l ଏବେ କଳାକାର ସହିତ ଜଣେ ଭଲ ସମାଜସେବୀକା ଭାବେ ନିଜର କର୍ତ୍ତବ୍ୟ ପ୍ରତିପାଦନ କରୁଛନ୍ତି l ଆଗକୁ ମଧ୍ୟ ରାନୀ ଗରିବ ଅସହାୟ ପ୍ରାକୃତିକ ବିପର୍ଯ୍ୟୟରେ ଅସୁବିଧାରେ ସମ୍ମୁଖୀନ ଲୋକଙ୍କୁ ସହାୟତାର ହାତ ବଢାଇବେ ବୋଲି କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.