ରାଇରଙ୍ଗପୁର କଟାସ ଗାଁରୁ ବାଘ ଛାଲ ଜବତ, ଦୁଇ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗାଁରେ ବାଘ ଛାଲ ଜବତ। ବାଘ ଛାଲ କାରବାର ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ବାଘ ଛାଲ ସହ ୨ଜଣଙ୍କୁ ଗିରଫ କରିଛି ବନ ବିଭାଗ। ତା ସହ ବାଇକ୍‌ ମଧ୍ୟ ଜବତ ହୋଇଛି।

tiger skinବାଘ ଛାଲ କାରବାରରେ ଲିପ୍ତ ଥିବା ଦୁର୍ବୃତ୍ତଙ୍କୁ ବନ ବିଭାଗ ୬ ଓ ୭ ମାସରୁ ଟ୍ରାକ କରି ଆସୁଥିଲା। ଆଜି କଟାସ ଗାଁରେ ଘର ଭିତରେ କାରବାର ଚାଲିଥିବା ବେଳେ ଚଢାଉ କରାଯାଇଥିଲା। କାରବାରରେ ଲିପ୍ତ ଥିବା ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ବଡଚାଲି ଚୁଆର ଲକ୍ଷ୍ମଣ ନାଏକଙ୍କୁ ଗିରଫ କରିଛି ବନ ବିଭାଗ।

You might also like