Below header

ଭୁବନେଶ୍ଵର : ଅଚାନକ ଶୂନ୍ୟରୁ କଚାଡି ହୋଇ ତଳେ ପଡିଲେ ଯୁବକ, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

ଭୁବନେଶ୍ଵର: ଅଚାନକ ଉପରୁ କଚାଡି ହୋଇ ତଳେ ପଡିଲେ ଯୁବକ । ଏତେ ଜୋରରେ ପଡିଲେ ଯେ ତଳେ ପଡିବା ମାତ୍ରେ ସଂଗେ ସଂଗେ ଅଚେତ ହୋଇଯାଇଥିଲେ । ନିକଟରେ ଥିବା ଲୋକ କିଛି ବୁଝିବା ପୂର୍ବରୁ ହିଁ ତଳେ ପଡି ଅଚେତ ହୋଇଯାଇଥିଲେ ନବଘନ । ତେବେ ଏହି ସମ୍ପୂର୍ଣ୍ଣ ଦୃଶ୍ୟ ସେଠାରେ ଥିବା ଏକ ସିସିଟିଭିରେ କଏଦ ହୋଇଥିଲା ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣାଟି ଘଟିଛି ଭୁବନେଶ୍ୱରର ରସୁଲଗଡ଼ ଅଂଚଳରେ । ମିଳିଥିବା ଖବର ଅନୁଯାୟୀ ପୁରୀ ଜିଲ୍ଲା କାକଟପୁର ବ୍ଲକ ବେଲାରୀଝାଟିଆ ଗାଁର ନବଘନ ବାରିକ ଭୁବନେଶ୍ଵରରେ ରହି ଜଣେ ଘରୋଇ କଣ୍ଟ୍ରାକ୍ଟରଙ୍କ ପାଖରେ କାମ କରନ୍ତି ।

ତେବେ ଗତ ରାତିରେ ତାଙ୍କ ସହ ଘଟିଥିଲା ଏଭଳି ଏକ ଦୁର୍ଘଟଣା । ଗୁରୁତର ଅବସ୍ଥାରେ ବର୍ତ୍ତମାନ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲର ଏହି ଫଟୋ ଦେଖିଲେ ଲାଗୁଛି ତାଙ୍କ ଅବସ୍ଥା ବହୁତ ଗୁରୁତର ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେ ବସିଥିବା ସମୟରେ ଛାତରୁ ଗଳି ପଡ଼ିଥିଲେ କିନ୍ତୁ ସେ ଯେଉଁଭଳି ଭାବେ ତଳେ ପଡୁଛନ୍ତି ଏବଂ ତାଙ୍କ ପଡିବା ଶୈଳୀ ଦେଖି ସେ ଅନ୍ୟ କେଉଁ କାରଣରୁ ପଡ଼ିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.