Below header

ଗତ ୨୪ ଘଣ୍ଟାରେ ଦେଶରେ ୮୩ ହଜାର୮୮୩ ନୂଆ ପାକିଟିଭ କେସ, ୧୦୪୩ ଜଣ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମାମଲା ସାଢେ ୩୮ ଲକ୍ଷ ପାର କରିସାରିଲାଣି । ଗୁରୁବାର ଏପର୍ଯ୍ୟନ୍ତର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ମାତ୍ର ୨୪ ଘଣ୍ଟା ଭିତରେ ୮୩୮୮୩ ନୂଆ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୦୪୩ ଜଣଙ୍କ ଜୀବନ କରୋନା କାରଣରୁ ହିଁ ଯାଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୬୭ ହଜାର ୩୭୬ ରେ ପହଂଚି ଯାଇଛି । ଯେବେକି ଦେଶରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇ ୩୮ ଲକ୍ଷ ୫୩ ହଜାର  ୪୦୭ ରେ ପହଂଚି ଯାଇଛି । ଯାହା ମଧ୍ୟରୁ ୮ ଲକ୍ଷ ୧୫ ହଜାର ୫୩୮ ଜଣଙ୍କର ଉପଚାର ଚାଲିଥିବା ବେଳେ ୨୯ ଲକ୍ଷ ୭୦ ହଜାର ୪୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ଜରୁରୀ କଥା ହେଉଛି ଏହି ସଂକ୍ରମିତ ତାଲିକାରେ ବିଦେଶୀ ନାଗରିକ ବି ସାମିଲ ଅଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ସୁସ୍ଥତା ହାର ବଢି ୭୭.୦୯ ପ୍ରତିଶତରେ ପହଞ୍ଚି ଥିବା ବେଳେ ମୃତ୍ୟୁ ହାର ହ୍ରାସ ପାଇ ୧.୭୫ ପ୍ରତିଶତ ପାଖାପାଖି ଥିବା ଜଣାଯାଇଛି । ଯେବେକି ୨୧.୧୬ପ୍ରତିଶତ ରୋଗୀଙ୍କର ଏବେବି ଚିକିତ୍ସା ଜାରି ରହିଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ସଂସ୍ଥାନ ବା ଆଇସିଏମଆର ଦ୍ୱାରା ଜାରି ହୋଇଥିବା ତଥ୍ୟ ମୁତାବକ, ଦେଶବ୍ୟାପୀ ସେପ୍ଟେମ୍ବର ୨ତାରିଖ ସୁଦ୍ଧା ୪୫୫୦୯୩୮୦ ନମୁନା ଯାଞ୍ଚ ସାରିଲାଣି । ଯେବେକି ବୁଧବାର ହିଁ ୧୧୭୨୧୭୯ ଜଣଙ୍କର ଯାଞ୍ଚ କରାଯାଇଛି । କିନ୍ତୁ ଅଶ୍ଵସ୍ତିକର ବିଷୟଯେ, ଦେଶରେ ସୁସ୍ଥଙ୍କ ସଂଖ୍ୟା ସାଢେ ୨୯ ଲକ୍ଷରୁ ଅଧିକ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.