Below header

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା

 2018 ମସିହା ସଂଗଠିତ ଏକ ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ବିଚାର କରି ଭଦ୍ରକର ସ୍ଵତନ୍ତ୍ର ପୋକସୋ କୋର୍ଟର ଜଜ ମିନତୀ କୁମାରୀ ପଣ୍ଡା ଅଭିଯୁକ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନା କନ୍ତିଆ ଗ୍ରାମର ପ୍ରଣବ କୁମାର ନାୟକ ଓରଫ ବାପୂନୁକୁ ୧୦ ବର୍ଷ ସଶ୍ରମ କାରାଦାଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ।

ସୂଚାନନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗତ ୨୦୧୮ ମସିହା ଜାନୁଆରି ୨୩ ତାରିଖ ମଧ୍ୟ ରାତ୍ରରେ ସ୍ୱାମୀ ତାଙ୍କର ଦିଅରଙ୍କୁ ଟ୍ରେନ୍ରେ ଚଢାଇବା ପାଇଁ ଷ୍ଟେସନ ଯାଇଥିଲେ। ସେମାନଙ୍କ ଅନୁପସ୍ଥିତିରେ ମହିଳା ଜଣକ ନାବାଳିକା କନ୍ୟା ସହ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ପ୍ରଣବ କୁମାର ନାୟକ ଘର ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲା।

ସେ ଟର୍ଚ୍ଚ ନେଇ ବାହାରକୁ ଆସିବାରୁ ତାଙ୍କୁ ଟଣା ଓଟରା କରି ଅର୍ଦ୍ଧ ଉଲଗ୍ନ କରି ଦେଇଥିଲା। ସେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଯାଇ ତାଙ୍କ ପଡୋଶୀଙ୍କୁ କହିବାରୁ ସେ ଫୋନ କରି ସେହି ଗ୍ରାମର ଲୋକଙ୍କୁ କହିଥିଲେ। ପରେ ଗାଁର କିଛି ଲୋକ ଘଟଣାସ୍ଥଳକୁ ପହଞ୍ଚି ଥିଲେ।

ସେତେବେଳକୁ ଅଭିଯୁକ୍ତ ବାପୁନୁ ତାଙ୍କ ଘରେ ନିଦରେ ଶୋଇଥିବା ତାଙ୍କ ୯ ବର୍ଷର ନାବାଳିକା କନ୍ୟାକୁ ବଳପୂର୍ବକ ବିଛଣାରୁ ଉଠାଇ ନେଇ ନିକଟସ୍ଥ ବିଲରେ ଥିବା ଲିମ୍ବ ଗଛ ମୂଳରେ ଦୁଷ୍କର୍ମ କରିଥିଲା। ଉପରୋକ୍ତ ବ୍ୟକ୍ତିମାନେ ସେଠାରେ ପହଞ୍ଚିବା ବେଳକୁ ଘଟଣାସ୍ଥଳରୁ ଅଭିଯୁକ୍ତ ଅନ୍ଧାରରେ କେଉଁ ଆଡେ ଦୌଡ଼ି ପଳାଇଥିଲା ଓ ପୀଡ଼ିତା କାନ୍ଦିକାନ୍ଦି ସେଠାରେ ଆସି ସମସ୍ତ କଥା କହିଥିଲା। ପରଦିନ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.